ପଣ୍ଡରିପାଣିରେ ଅଖିଳ ଭାରତୀୟ ଗୋଣ୍ଡୱ।ନାଁ ଗଣ୍ଡ ସମାଜର ଇଷ୍ଟ ଦେବତା ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ବିଧାୟକ ଦ୍ଵାରା ଭୂମିପୂଜନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପଣ୍ଡରିପାଣି ଗ୍ରାମରେ ଅଖିଳ ଭାରତୀୟ ୪ ହଜାର ୫ ଶହ ଗୋଣ୍ଡୱ।ନାଁ ଗଣ୍ଡ ସମାଜର ଇଷ୍ଟ ଦେବତା ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ଏକ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ଭୂମିପୂଜନ ଉତ୍ସବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ଇଷ୍ଟ ଦେବତା ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରିଥିବା ସହ ନୂତନ କମ୍ୟୁନିଷ୍ଟ ସେଣ୍ଟରର ଶୁଭ ଦେଇଥିଲେ । ଏଥିରେ ପଣ୍ଡରିପାଣି ସର୍କଲ ଅଞ୍ଚଳର ସମସ୍ତ ଗଣ୍ଡ ସମାଜର କର୍ମକର୍ତ୍ତା ସଦସ୍ୟ ଯୋଗଦେଇଥିବା ବେଳେ ସମାଜର କର୍ମକର୍ତ୍ତା ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ସମାଜର ଉନ୍ନତି କ୍ଷେତ୍ରରେ ସବୁବେଳେ ମୁଁ କାମ କରିବାକୁ ସଂକଳ୍ପ ବଦ୍ଧ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର କହିଥିଲେ ।

Leave A Reply

Your email address will not be published.