ବଲାଙ୍ଗିର ସହରାଂଚଳ ପଣ୍ଡରା ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ସ୍ଥିତ ଚନ୍ଦ୍ରଶେଖର ମନ୍ଦିର ଠାରେ ସହରାଂଚଳ ପଣ୍ଡରା ସମାଜର ବାର୍ଷିକ ଅଧିବେଶନ- ୨୦୨୧ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିକେଲର ନେତ୍ରାନନ୍ଦ ସା ଯୋଗ ଦେଇଥିବା ବେଳେ ସଭାପତି ରସରାଜ ସା, ବଂଶୀଧର ସା, ଜଗନ୍ନାଥ ଦିଶ୍ରୀ, ଦୁତୀୟା ବେହେରା, ବିନେଦା ବିହାରୀ ଭୋଇ, ସୁଶିଳ ବିଶି, କ୍ଷମାନିଧୀ ଝାଙ୍କର ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ସମାଜର ତରଫରୁ ଚିତ୍ରାଙ୍କନ, ଗୀତ, ନାଚ ଏବଂ ଝୋଟି ପ୍ରତିଯୋଗିତା କରାଯାଇଥିବା ବେଳେ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.