om academy

ବିଏସଏଫ ଯବାନଙ୍କ ଦ୍ୱାରା ଡ୍ରଗ୍ସ ତସ୍କରୀ ଯୋଜନା ପଣ୍ଡ

jsm

ଚଣ୍ଡିଗଡ଼ : ପଞ୍ଜାବର ଅନ୍ତର୍ଜାତୀୟ ସୀମାରେ ଡ୍ରୋନ ସାହାଯ୍ୟରେ ମାଦକ ଦ୍ରବ୍ୟ ପଠାଉଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଅକାମୀ କରିଛି ସୀମା ସୁରକ୍ଷା ବଳ(ବିଏସଏଫ), ଫଳରେ ଡ୍ରୋନଟି ଅନ୍ୟ ଏକ ପାର୍ଶ୍ୱରେ ପଡ଼ିଯାଇଥିଲା । ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୨୦ ସମୟରେ ବିଏସଏଫ କର୍ମଚାରୀମାନେ ଏକ ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରିଥିଲେ, କିନ୍ତୁ ଡ୍ରୋନଟି ପାକିସ୍ତାନୀ ରେଞ୍ଜପଟକୁ ପଡ଼ିଯାଇଥିଲା । ଅମୃତସରର ଡୋକେ ସୀମା ପୋଷ୍ଟ ନିକଟରେ ଏହି ଘଟଣା ଘଟିଛି । ବିଏସଏଫ ମୁଖପାତ୍ର କହିଛନ୍ତି ଯେ, ବୁଧବାର ସକାଳେ ଯେତେବେଳେ ସର୍ଚ୍ଚ କରାଯାଇଥିଲା ସେତେବେଳେ ଡ୍ରୋନଟି ଭାରତ ସୀମାର ଆଉଟପୋଷ୍ଟ ଭାରୋପାଲ ଦେଇ ପାକିସ୍ତାନ ସୀମା ଭିତରେ ୨୦ ମିଟର ଦୂରରେ ଖସି ପଡିଥିବାର ଦେଖିବାକୁ ମିଳିଥିଲା । ବିଏସଏଫ ମୁଖପାତ୍ର କହିଛନ୍ତି ଯେ, ପରେ ସୈନ୍ୟମାନେ ଭାରୋପାଲ ଗ୍ରାମରେ ସୀମା ପଛରେ ୪.୩ କିଲୋଗ୍ରାମ ଓଜନର ସନ୍ଦିଗ୍ଧ ହେରୋଇନ ଥିବା ଏକ ପ୍ୟାକେଟ ଜବତ କରିଥିଲେ । ଡ୍ରୋନରୁ ଡ୍ରଗ୍ ପ୍ୟାକେଟ୍ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି । ମୁଖପାତ୍ରଙ୍କ ଅନୁଯାୟୀ, ଡ୍ରୋନ୍ ବିରୋଧୀ ପଦକ୍ଷେପ ନିଆଯିବା ପରେ ଡ୍ରୋନ୍‌ଟି ଆକାଶରେ କିଛି ମିନିଟ୍ ଉଡିଥିଲା ​​ଏବଂ ଫେରିବା ବେଳେ ତଳେ ପଡିଯାଇଥିଲା । ମୁଖପାତ୍ରଙ୍କ ଅନୁଯାୟୀ ଡ୍ରଗ୍ସ ଜବତ ହେବାର ମଧ୍ୟ ଘଟଣା ପୂର୍ବରୁ ଅନେକ ଘଟିଛି ।

Leave A Reply

Your email address will not be published.