ତୁର୍ଲାମାଲରେ ପଞ୍ଚୁକ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗ୍ରାମରେ କାର୍ତ୍ତିକ ପଞ୍ଚୁକ ପାଳିତ ହୋଇଯାଇଛି । କାର୍ତ୍ତିକ ମାସ ସାରା ତଥା ଶୁକ୍ଳ ପକ୍ଷ ଅଳାଁ ନବମୀ ଦିନଠାରୁ ଆରମ୍ଭ ହୋଇଥାଏ । ଏଥିରେ ଭକ୍ତମାନେ ପଞ୍ଚୁକ ବୁଡ ପକାଇଥାନ୍ତି । ପ୍ରଭାତ ୪ ଟାରୁ ଉଠି ପୋଖରୀକୁ ଯାଇ ସ୍ନାନ ପରେ ପୋଖରୀ କୂଳରେ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରିଥାନ୍ତି । ଏଥିରେ ପାର୍ଶ୍ଵ ଦେବତା ଭାବେ ରାଇ ଦାମୋଦର, ବରୁଣ କୁବେର କାର୍ତ୍ତିକୈୟ, ଶିବ ପାର୍ବତୀ, ବରଗଛ, ଧାତ୍ରି ବୃକ୍ଷ, ପଲାସ ବୃକ୍ଷରେ ପାଣି ଢ଼ାଳିଥାନ୍ତି । ପରେ ଗ୍ରାମକୁ ଆସି ପୂଜା ମଣ୍ଡପରେ ଭଗବାନ ଶିବ ପାର୍ବତୀ ରାଧାଦାମୋଦର, ସ୍ଥାପନ କରି ପୂଜାର୍ଚ୍ଚନା ସହ ପୁରାଣ ଆରମ୍ଭ ହୋଇଥାଏ । ପ୍ରତ୍ୟେକ ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ପୁରାଣ ପାଠ ସହିତ ଭଜନ କୀର୍ତ୍ତନ କରିଥାନ୍ତି । ପୂଜା କର୍ତ୍ତା ଭାବରେ ଲିଙ୍ଗରାଜ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦ୍ରୈପଦୀ ଭୋଇ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଗୋରେଖନାଥ ବରିହା ପୁରାଣ ପାଠ କରିଥିଲେ । ଶିବ ଥପା, କୈାଲାଶ ଭୋଇ, ଧର୍ମୁ ଭୋଇ, ଡୋଲାମଣି ମେହେର, ଧୂବଲେଶ୍ଵର ଭୋଇ, ଶେଷ ଦେବ ଦୀପ, ପୂର୍ଣ୍ଣଚନ୍ଦ୍ର ଥପା, କହ୍ନୈଇ ଭୋଇ, ବୁଡୁ ବରିହା, ପରଦେଶି ବରିହା, ଆରତୀ ବୁଡେକ, ରତ୍ନୀ ଭୋଇ, ଚନ୍ଦ୍ରମା ଥପା, ଗୀତା ମଲ୍ଲିକ, ଗଞ୍ଜା ବନଗୁଲା, ହେମ ମାଝୀ, ହେମ ମଲ୍ଲିକ, ଧୂବଲ ପଡେନ, ପୁଷ୍ପାଞ୍ଜଳି ମଲିକ, ବୁଦ୍ଧ ଭୋଇ, କୁମାରୀ ମଲିକ, ମାଳା ଭୋଇ, ଧନମତୀ ଭୋଇ, ଚନ୍ଦ୍ରମା ଥପା, ପ୍ରେମ୍ ଭୋଇ, କୁନ୍ତୀ ମାଝୀ, ପୂର୍ଣ୍ଣିମୀ ଛପା, ରେଖା ବନଛୋର, ପରଦେଶୀ ବରିହା, ତାରାବତୀ ବରିହା, ବିଷ୍ଣୁ ଥପା, ଭାଲ ଡୁଙ୍ଗୁରେନ, ବୁଇ ବାଗ, ସପୁର ଭୋଇ ପ୍ରମୁଖଙ୍କ ସହ ଅନ୍ୟ ଭକ୍ତମାନେ ସାମିଲ ଥିଲେ । ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.