ବିପର୍ଯ୍ୟୟ ପରିଚାଳନା ପାଇଁ ଚିଞ୍ଚେଡ଼ ପଞ୍ଚାୟତ ପୁରସ୍କୃତ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ରଖିବାରେ ଓଡ଼ିଶାର ଉଲ୍ଲେଖନୀୟ ଅବଦାନ ରହିଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ ପଞ୍ଚାୟତରେ ବିପର୍ଯ୍ୟୟ ପରିଚାଳନା ନମିନ୍ତେ ସଚେତନତମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପଞ୍ଚାୟତିରାଜସ୍ତରରେ ଏହି ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ପଞ୍ଚାୟତ ତରଫରୁ ବିପର୍ଯ୍ୟୟ ମୁକାବିଳା ପାଇଁ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ କୁହାଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାରେ ଗୁଡ଼ଭେଲା ବ୍ଲକ ଚିଞ୍ଚେଡ଼ ପଞ୍ଚାୟତର ବିପର୍ଯ୍ୟୟ ମୁକାବିଲା ଯୋଜନା ପ୍ରଶଂସିତ ହୋଇଥିଲା । ସେଥିପାଇଁ ଗତକାଲି ଭୂବନେଶ୍ୱର ରବିନ୍ଦ୍ର ମଣ୍ଡପଠାରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଉପସ୍ଥିତିରେ ଚିଞ୍ଚେଡ଼ ପଞ୍ଚାୟତକୁ ଜିଲ୍ଲାର ପ୍ରଥମ ପୁରଷ୍କାର ଦିଆଯାଇଥିଲା । ଏହି ପୁରଷ୍କାର ଗ୍ରହଣ ସମୟରେ ଚିଞ୍ଚେଡ଼ ସରପଞ୍ଚ ଡେ଼ାଳାନ୍ତୀ ନାଗ ଓ ଗ୍ରାମରୋଜଗାର ସେବକ ମୁକେଶ ରାଜହଂସ ଗ୍ରହଣ କରିଥିଲେ ।

Leave A Reply

Your email address will not be published.