ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତ ସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଜାମୁଟପାଲି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ଗଣେଶ ରାମ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । । ଏହି ସଭାରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ପଂଚାୟତ ସ୍ତରୀୟ ଗଠନ କରିବା ସହିତ ଚାଷୀମାନଙ୍କ ସବୁ ପରିସ୍ଥିତିରେ ଛିଡା ହୋଇ ଏକଜୁଟ ହୋଇ ଚାଷୀମାନଙ୍କ ହକ୍‌ର ଲଢେଇରେ ସମସ୍ତେ ମିଶି ଲଢ଼ିବା ପାଇଁ ନିଷ୍ପତି ନେଇଥିଲେ । ୨୦୨୧ ପ୍ରଧାନମନ୍ତ୍ରୀ ଫସଲବୀମାରେ କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଆଗାମୀ ଦିନରେ ଇନ୍ସୁରେନ୍ସ କମ୍ପାନୀ ବିରୁଦ୍ଧରେ ସରକାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଚାଷୀ ସଂଗଠନ ଆଗାମୀ ଦିନରେ ବିରାଟ ଆନ୍ଦୋଳନକୁ ଜୋରଦାର କରିବାକୁ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ କ୍ଷୀରୋଦ୍ର ସାହୁ ସଭାପତି, ଗଣେଶ ରାମ ସାହୁ ଉପସଭାପତି, ଦେବାନନ୍ଦ ପଧାନ ସମ୍ପାଦକ, ଦୀନ ସାହୁ ସହ ସମ୍ପାଦକ, ବ୍ରହ୍ମା ଶଙ୍କର ପଧାନ କୋଷାଧ୍ୟକ୍ଷଙ୍କୁ ଚୟନ କରି ୨୧ ଜଣିଆ କମିଟି ଗଠନ କାରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ସମସ୍ତ ଗ୍ରାମର ଚାଷୀ ଯୋଗଦାନ କରିଥିଲେ । ଆଗାମୀ ଦିନରେ ଚାଷୀ ମାନଙ୍କ ପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନ, ଗାଇସିଲେଟ ବ୍ଲକରେ ସମସ୍ତେ ମିଶି ଏକଜୁଟ ହୋଇ କାମ କରିବା ପାଇଁ ଆଲୋଚନା କରାଗଲା । ସବୁ କ୍ଷେତ୍ରରେ କାମ କରି ଚାଷୀ ମାନଙ୍କ ପାଇଁ ସଙ୍ଗବଦ୍ଧ ହୋଇ ଲଢେଇ କରିବା ବୋଲି ନିଷ୍ପତି ନିଆଗଲା । ଏହି ବୈଠକରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ କମିଟିର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ଉପ ସଭାପତି ସରୋଜ ସାହୁ, ଆବାହକ ବିରେନ୍ଦ୍ର ପଧାନ, ସମ୍ପାଦକ ଗଜପତି ସାହୁ, ସହ ସମ୍ପାଦକ ହିମାଂଶୁ ମାଝୀ, ଉପଦେଷ୍ଟା କମିଟିର ସଦସ୍ୟ ମହେଶ ଦାଶ ପ୍ରମୁଖ ଉପସ୍ଥିତ ରହି ସଂଗଠନର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.