ଚଳିତ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କଣ୍ଟାମାଳ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

କଣ୍ଟାମାଳ : କଣ୍ଟାମାଳ ଥାନା ଦାୟିତ୍ୱରେ ଥିବା ତପସ୍ୱିନୀ କହଁରଙ୍କ ଅଧ୍ୟକ୍ଷତାରେ ଅନେକ ପୁଲିସ ଅଧିକାରୀ ଓ କର୍ମଚାରୀ ଆଇଆର୍‌ବି ବାଟାଲିୟନର ଫୋର୍ସଙ୍କ ଦ୍ୱାରା ମିଳିତ ଭାବରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କଣ୍ଟାମାଳ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ପ୍ରକାଶ ଯେ, ଗତକାଲି ବଡ଼ଛପାଲି, କଣ୍ଟାମାଳ, ରେଙ୍ଗାଲି, ସୁଲିଆ, ରୁଣ୍ଡିମହୁଲ, ଲମ୍ବସରି, ମାର୍ଡୋଲ ଆଦି ସ୍ଥାନରେ ଓ ଆଜି ବରଗାଁ, ନାରାୟଣପ୍ରସାଦ, ଖୁଣ୍ଟିଗୋରା, ଆମ୍ବଗାଁ ଓ ଘଣ୍ଟାପଡ଼ାରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ସୁସଂଗଠିତ ଢ଼ଙ୍ଗରେ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଥିବା ଡିଏସ୍‌ପି ସୁଶ୍ରୀ କଅଁର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.