om academy

ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ, ୫‌ ବର୍ଷରେ ଥରେ ପରିବାରରେ ଭାଇ ଭାଇ ମଧ୍ୟରେ ବିବାଦ : ଭୋଟ ପାଇଁ ମଦ, କୁକୁଡ଼ା ବଣ୍ଟନରେ ଚାଲିଛି ପ୍ରତିଯୋଗିତା

jsm

ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତି ଦୁଇ ବର୍ଷରେ ଥରେ ସାଧାରଣ ଓ ତ୍ରିସ୍ତରୀୟ ନିର୍ବାଚର ସମ୍ମୁଖୀନ ହୋଇଥାନ୍ତି ସାଧାରଣ ଲୋକମାନେ । ହେଲେ ସାଧାରଣ ନିର୍ବାଚନ ଠାରୁ ତ୍ରିସ୍ତରୀୟ ନିର୍ବାଚନ ଟିକିଏ ନିଆରା । ଯେହେତୁ ଏହି ନିର୍ବାଚନରେ ତଳ ସ୍ତରରୁ ଅର୍ଥାତ ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ ଓ ଜିଳ୍ଲାପରିଷଦ ସଭ୍ୟମାନେ ନିର୍ବାଚିତ ହୋଇଥାନ୍ତି । ତେଣୁ ଗାଁ ଗାଁରେ ପ୍ରାର୍ଥୀ ହେଉଥିବାରୁ ପ୍ରାର୍ଥୀ ଚୟନକୁ ନେଇ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଆଶଙ୍କା ଦେଖାଯାଇଥାଏ । ଏପରି କି ପରିବାରର ଭାଇ ଭାଇ ମଧ୍ୟରେ ପ୍ରାର୍ଥୀ ହୋଇ ଆଶାନ୍ତି ଦେଖାଯାଇଥାଏ । ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନକୁ କିଛି ଧନୀ ଶ୍ରେଣୀର ବ୍ୟକ୍ତି ଭଲ ବ୍ୟବସାୟ ବୋଲି ଧରି ନେଉ ଥିବାରୁ କ୍ରମଶଃ ସାଧାରଣ ଲୋକଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଅସାମାଜିକ କାମ କରିବାକୁ ପ୍ରାର୍ଥୀ ଓ ତାଙ୍କ ସହଯୋଗୀ ମାନେ ପଛାଉ ନାହାନ୍ତି । ଦେଓଗାଁ ବ୍ଳକରେ ଚଳିତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ଜିଳ୍ଲାପରିଷଦ ସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କିଛି ପୁରୁଣା ମୁହଁକୁ ନେଇ ତଦନ୍ତ କରାଯିବାରୁ ଜଣାପଡ଼ିଛି ଯେ, ଦେଓଗାଁ ବ୍ଳକରେ ସବୁଠାରୁ ଲମ୍ବା ଇନିଙ୍ଗ୍ସ ରାଜନୀତି ଖେଳ ଖେଳିଥିବା ଲକ୍ଷ୍ମଣ ମେହେର ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ, ତିନି ଥର ବଲାଙ୍ଗିର ଜିଳ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି, ଦୁଇଥର ବ୍ଲକ ଅଧ୍ୟକ୍ଷ, ଥରେ ଜିଳ୍ଲାପରିଷଦ ସଭ୍ୟ ସହ ଦେଓଗାଁ ବ୍ଳକର ସମସ୍ତ ପଞ୍ଚାୟତରେ ଦବଦବା ଥିବା ତଥା ଇଚ୍ଛାମୁତାବକ ଭାବେ ପ୍ରାର୍ଥୀ ଛିଡ଼ା କରି ବିଜୟ ଲାଭ କରୁଥିବା ଶ୍ରୀ ମେହେର ଚଳିତ ନିର୍ବାଚନରେ ସାଲେପାଲି ପଞ୍ଚାୟତରେ ସମିତି ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦେଓଗାଁ ବ୍ଳକର ଦୁଇ ଦୁଇ ଥର ଚ୍ୟା‌ରମେନ ଥିବା ସ୍ୱର୍ଗତ ବ୍ରଜକିଶୋର ସିଂଦେଓ ତଥା ପୂର୍ବ ଉପାଧ୍ୟକ୍ଷା ଶ୍ରୀମତୀ ସତ୍ୟକୁମାରୀ ସିଂଦେଓଙ୍କ ପୁତ୍ରବଧୁ ସୁପ୍ରଭା ସିଂଦେଓ ବର୍ତ୍ତମାନ ବଡ଼ବନ୍ଧ ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ସ୍ୱାମୀ ସ୍ତ୍ରୀ ମିଶି ଦୁଇଥର ବଡ଼ବନ୍ଧ ପଞ୍ଚାୟତର ସରପଞ୍ଚ, ପୁଣି ସ୍ତ୍ରୀ କୁତୁର୍ଲା ପଞ୍ଚାୟତର ସମିତି ସଭ୍ୟ ଥିଲେ । ବର୍ତ୍ତମାନ ସ୍ୱାମୀ ଅନ୍ତର୍ଯ୍ୟାମୀ ଭୋଇ ବଡ଼ବନ୍ଧ ସରପଞ୍ଚ ଭାବେ ପ୍ରାର୍ଥୀ ହୋଇଛନ୍ତି । ସେହିପରି ପୂର୍ବରୁ ଦୁଇଥର ସରପଞ୍ଚ ହୋଇଥିବା ଦୟାନିଧୀ ଖମାରୀ (ମଣ୍ଟୁ) ବର୍ତ୍ତମାନ ବ୍ରାହ୍ମଣୀଜୋର ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସ୍ତ୍ରୀ ପଙ୍କଜିନୀ ଖମାରୀଙ୍କୁ ସାରସମାଲ ପଞ୍ଚାୟତର ସମିତି ସଭ୍ୟା ଭାବେ ଛିଡ଼ା କରିଛନ୍ତି । ପୂର୍ବରୁ ପୂର୍ବ ବ୍ଳକ ଅଧ୍ୟକ୍ଷ କୈଲାଶ ତାଣ୍ଡି ତାଙ୍କ ସ୍ତ୍ରୀଙ୍କୁ କଂଗ୍ରେସ ଦଳ ପକ୍ଷରୁ ୧୩ନମ୍ବର ଜୋନରେ ପ୍ରାର୍ଥୀ କରିଥିବା ବେଳେ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ଭୋଇଙ୍କ ସ୍ତ୍ରୀ ୧୨ନମ୍ବର ଜୋନରୁ ବର୍ତ୍ତମାନ ଜିଳ୍ଲା ପରିଷଦ ସଭ୍ୟା ଭାବେ ଛିଡ଼ା ହୋଇଛନ୍ତି । ଲଗାତର ଭାବେ ସିଂହାମୁଣ୍ଡା ପଞ୍ଚାୟତର ସରପଞ୍ଚ ମାଳି ମେବା ଓ ତାଙ୍କ ସ୍ତ୍ରୀ ହୋଇଥିବା ବେଳେ ପୁଣି ଶ୍ରୀମତୀ ମେଶ୍ୱ ଏହି ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି । କେବଳ ଗୋଟିଏ କି ଦୁଇଟି ନୁହେଁ ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତ ମଧ୍ୟରୁ ୧୮ଟି ପଞ୍ଚାୟତରୁ ପୂର୍ବ ସରପଞ୍ଚ, ୧୩ଜଣ ପୂର୍ବ ସମିତି ସଭ୍ୟ ନିର୍ବାଚନ ଲଢ଼ୁଥିବାରୁ ଗାଁ ଗାଁରେ ଆଗକୁ ବିବାଦ ଦେଖାଯିବା ଆଶଙ୍କା ଅଛି । ଅନ୍ୟପକ୍ଷରେ ରାଜନୀତି କରୁଥିବା ଲୋକ ହିଁ ରାଜନୀତି କରିବ ସାଧାରଣ ଲୋକର ସ୍ୱର ବ୍ଳକ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥାପିତ ହେବା ଆଶଙ୍କା ନାହିଁ । ଏହାର ମୁଖ୍ୟ କାରଣ ୮୦ଭାଗ ନିର୍ବାଚନ ଟଙ୍କା ଓ ମଦ ବଣ୍ଟନକୁ ନେଇ ଗାଁ ଗାଁରେ ପ୍ରତିଯୋଗିତା ହେଉଛି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.