ଟିଟିଲାଗଡ଼, (ସନ୍ତୋଷ କୁମାର ନାୟକ) : ନବୀନ ସରକାର ପଞ୍ଚାୟତ ନିର୍ବାଚନରେ ସରକାରୀ ଭାବେ ଆଇନ ଅନୁଯାୟୀ ସଂରକ୍ଷଣ ନିୟମ ବ୍ୟବସ୍ଥା କାର୍ୟ୍ୟକାରୀ ନକରିବା ନେଇ ବିଭିନ୍ନ ସ୍ଥାନରେ ଏହାର ବିରୋଧ କରାଯାଉଛି । ପ୍ରକାଶ ଥାଉକି, ବଲାଙ୍ଗିର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହୋଇ ଶିକ୍ଷା, ନିଯୁକ୍ତି ଆଦି ନିୟମ ରହିଥିବା ବେଳେ ତାହା ଠିକ୍ ପଞ୍ଚାୟତ ନିର୍ବାଚନ ଆଗରୁ ଉକ୍ତ ପ୍ରକ୍ରିୟା ହାଇକୋର୍ଟ ଆଳ ଦେଖାଇ ଉପେକ୍ଷା କରିଥିବା ଅଭିଯୋଗ କରି ବିରୋଧ କରିଆସୁଛନ୍ତି । ବଲାଙ୍ଗିର ଜିଲ୍ଲାର ଆଦିବାସୀ ସଂଘ ଏହି ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ସହ ଆଦିବାସୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ପୋଷ୍ଟ୍ର ଓ ହୁଡିଙ୍ଗ୍ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚିରି ଦେଇଥିଲେ । ଠିକ୍ ସେହିପରି ଆଜି ଟିଟିଲାଗଡ଼ରେ ପଶ୍ଚିମ ଓଡିଶା ଆଦିବାସୀ ସଂଘ ତରଫରୁ ଏକ ବିରାଟ ରେଲିରେ ସହର ପରିକ୍ରମା କରି ସରକାରୀ ପୋଷ୍ଟର ଚିରିବା ସହ ତୀଵ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେହିପରି ଏହି ଆଦିବାସୀ ସଂଘ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପୋଷ୍ଟର ପୋଡିବା ସହ ଆଜି ଟିଟିଲାଗଡ଼ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ମଧ୍ୟ ଏପରି ପୋଷ୍ଟର ପୋଡିବା ସହ ସମସ୍ତ ସରକାରୀ ହୁଡିଙ୍ଗ୍ ଚିରିଥିବା ଦେଖାଯାଇଛି । ଆଦିବାସୀଙ୍କୁ ନିର୍ବାଚନରେ ସଂରକ୍ଷଣ ଆଇନ ତୁରନ୍ତ କାର୍ଯ୍ୟକାରୀ କରିବା ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ସରକାରୀ ପୋଷ୍ଟର ଚିରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ପ୍ରଶାସନ ପକ୍ଷରୁ ମତ ପ୍ରକାଶ ପାଇଛି । ପ୍ରକାଶ ଥାଉକି, କୋଭିଡ୍ କଟକଣା ଲାଗୁ ହୋଇସାରିଥିବା ବେଳେ ପ୍ରାୟ ଏକ ହଜାରରୁ ଅଧିକ ଆଦିବାସୀଙ୍କୁ ବିନା ମାସ୍କରେ ଏହି ସମାଗମ ଅନୁମତି ପ୍ରଦାନ କିଏ କଲା ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।