ଅଡ଼େନିଗଡ଼ ଗ୍ରାମ ପଞ୍ଚାୟତ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା, (କେପିଏନ୍‌ଏସ୍‌) : ଶନିବାର ଦିନ ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଊଋଙ ଅକ୍ଷୟ କୁମାର ମହାପାତ୍ର, ଯୋଗାଣ ସହାୟକ ଧିରେନ କୁମାର ପ୍ରଧାନ, ପିଅନ ବାଞ୍ଛାନିଧି ସାହୁଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟସଭ୍ୟା, ସ୍ୱେଚ୍ଛାସେବୀ, ଓ ଗୋଛାବାରୀ ଗ୍ରାମର ମାଁ ବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ଯୋଗଦେଇଥିଲେ । ପ୍ରଥମେ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛତାର ସେବା ଶପଥ ପାଠ କରାଯାଇଥିଲା । ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଗ୍ରାମ ସଫେଇ କରାଯାଇଥିଲା । ଯୋଗାଣ ସହାୟକ ଧିରେନ କୁମାର ପ୍ରଧାନଙ୍କ ସମେତ, ପିଅନ ବାଞ୍ଛାନିଧି ସାହୁ ଉକ୍ତ କର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.