oom

ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରକାର ପଣା ଓ ସରବତ ବଣ୍ଟନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ କମିଟିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଜଗଦା ସ୍ଥିତ ବାଟ ମଙ୍ଗଳା ମନ୍ଦିର ପରିସରରେ ଆଜି ଉଭୟ ରାମ ନବମୀ ଏବଂ ଦୂର୍ଗା ନବମୀ ଅବସରରେ ବିଭିନ୍ନ ପ୍ରକାର ପଣା ଏବଂ ସରବତ ବିତରଣ କରାଗଲା । ଏଠାରେ ପ୍ରାୟତଃ ୨୦୦୦ରୁ ଅଧିକ ଲୋକ ପଣା ପିଇ ଖୁସି ହୋଇଥିଲେ । ମନ୍ଦିର ସଦସ୍ୟମାନେ ସହଯୋଗର ହାତ ବଢାଇଥିବାରୁ, ଏବଂ ସମସ୍ତ ମେମ୍ବରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ଧନ୍ୟବାଦ ଜଣାଇଥିଲେ । ଆଜିର କାର୍ଯ୍ୟକ୍ରମରେ ମିନାକ୍ଷୀ ପାଢୀ, ପୂର୍ଣିମା ମହାନ୍ତି, ମମତା ମହାନ୍ତି, ସୋନା ମିଶ୍ର, ବନଯା ବିଶ୍ୱାଳ, ଗୌରୀ କୁମ୍ଭାର, ସୁମତି ନାୟକ, ସମରକାନ୍ତ ମଲିକ, କୃଷ୍ଣଚନ୍ଦ୍ର ପାଢୀ, ସୁରେଶ ସାବତ ଅଶୋକ ଦକ୍ଷିଣରାୟ, ବୈକୁଣ୍ଠ ସାହୁ, ବିଶ୍ୱନାଥ ରାଉତ, ଶାନ୍ତିଲତା ବେହେରା, କବିତା ବେହେରା, କଲ୍ୟାଣୀ ଦାସ, ଆରତି ଜେନା, କାମିନି ମହନ୍ତ, ବିନୋଦ ପଣ୍ଡା, କିରଣ ଦେବୀ ଆଦି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.