oom

ମାଁ ସମଲେଶ୍ୱରୀ ମନ୍ଦିର କମିଟି ପକ୍ଷରୁ ପଣା ବିତରଣ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ମାଁ ସମଲେଶ୍ୱରୀ ମନ୍ଦିର କମିଟି, ସେକ୍ଟର ୧୭, ଟାଟା ପଡିଆରେ ପଣା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଷୁବ ସଂକ୍ରାନ୍ତିରେ ଜନସାଧାରଣଙ୍କୁ ପଣା ବିତରଣ କରାଯାଇଥିଲା । ଏହି ମହତ କାର୍ଯ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁବ୍ରତ ତରାଇ, ମନୋଜ ମହାନନ୍ଦ, ସୁପରିଟେଣ୍ଡନ ଇଞ୍ଜିନିୟର ପି ଡବ୍ଲୁ ଡି-ଓଡିଶା ସରକାର ଅତିଥି ଭାବେ ଯୋଗଦେଇ ଏହିପରି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ପଣା ବିତରଣ କାର୍ଯ୍ୟକ୍ରମରେ ଦେବେନ୍ଦ୍ର ବାଗ, ଗଜନୀ ମହାନନ୍ଦ, ଅମର ତାଣ୍ଡି, ବାହାଦୁର କୁମ୍ଭାର, ସୁରେନ୍ଦ୍ର ତାଣ୍ଡି, ଭରତ ମୁନା, କିଶୋର ତାଣ୍ଡି, ତିଲୁ ଛତ୍ରୀ, ଜୟଲାଲ କୁମ୍ଭାର, ଶିବଚରଣ ସିକା, ଗୁରା ହରିପାଲ, ରେଣୁ କୁମ୍ଭାର, ରୁକ୍ମଣୀ ହରିପାଲ, ଧରିତ୍ରୀ କୁମ୍ଭାର, ତ୍ରୀନାଥ ସୁନା, ଲକି, ମନୋଜ ବାଗ ଓ ମନ୍ଦିର କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.