ରଥଯାତ୍ରାରେ ଭକ୍ତଙ୍କୁ ପଣା ବଣ୍ଟନ କଲେ ଶିବଶଙ୍କର ମୋବାଇଲର ମାଲିକ ସନ୍ତୋଷ ମେହେର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ପବିତ୍ର ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ସବୁଠି ଶହ ଶହ ଭକ୍ତମାନଙ୍କ ସମାଗମ ଲାଗି ରହିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁରେ ରଥଯାତ୍ରା ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଭକ୍ତମାନେ ପାଣି ପାଇଁ ବହୁ ଅସୁବିଧାରେ ପଡୁଥିବା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ପାଖକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ମାଗଣାରେ ପଣା ବଣ୍ଟନ କରି ଭକ୍ତମାନଙ୍କ ତୃଷ୍ଣାକୁ କିଛି ମାତ୍ରାରେ ମେଣ୍ଟାଇବାକୁ ଚେଷ୍ଟା କରିଛନ୍ତି । ଏହିଭଳି ମହତ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶିବ ଶଙ୍କର ମୋବାଇଲର ମାଲିକ ସନ୍ତୋଷ ମେହେର କହିଛନ୍ତି । ଏଥିରେ ଶିଶୁପାଳ ମେହେର ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଥିଲା ।

Leave A Reply

Your email address will not be published.

error: Content is protected !!