oom

ଇନର ହୁଇଲ କ୍ଲବ ଅଫ୍‌ ରାଉରକେଲା ରିଭରସାଇଡ ଦ୍ୱାରା ପଣା ବଣ୍ଟନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାରେ ପଣା ସଂକ୍ରାନ୍ତି ଅବସରରେ ଜଳଦାନର ମହତ୍ୱକୁ ଦୃଷ୍ଟିରେ ରଖି ଇନର ହୁଇଲ କ୍ଲବ ରାଉରକେଲା ରିଭର୍‌ସାଇଡ ତରଫରୁ ଛେଣ୍ଡ ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଛକଠାରେ ପଣା ବଣ୍ଟନ କରାଯାଇଥିଲା । ଲେମ୍ବୁ ଓ କମଳା ସ୍କ୍ୱାଶ, ମିଠା ଦହି ଓ ମସଲା ଦହି ଆଦି ନାନା ପ୍ରକାରର ସୁବାସିତ ପଣା କ୍ଲବର ସଦସ୍ୟା ମାନେ ତିଆରି କରି ସହସ୍ରାଧିକ ତୃଷାର୍ତ ଲୋକଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ଅଙ୍ଗଦାନର ମହତ୍ୱ ସମ୍ପର୍କିିତ ବିଭିନ୍ନ ପ୍ରକାରର ପୋଷ୍ଟର ମାଧ୍ୟମରେ ସଚେତନତା ପ୍ରସାରିତ କରାଯାଇଥିଲା । ପ୍ରେସିଡେଣ୍ଟ ଡଃ ମିନତୀ ପଣ୍ଡା, ସେକ୍ରେଟେରୀ ଅଜିତା ମହାନ୍ତି, କ୍ଲବର ପୂର୍ବତନ ସଭାପତି ପ୍ରତିମା ମହାପାତ୍ର, ମମତା ପାଠୀ, ପ୍ରମିଳା ମିଶ୍ର, କାବେରୀ ବାନାର୍ଜୀ, ମହିମା ମହାପାତ୍ର, ଆରତୀ ପଣ୍ଡା, ମଞ୍ଜୁବାଳା ପାଢୀ, ଅଞ୍ଜଳି ହୋତା, ଅନିତା ନାୟକ, ସବିତା ପଟ୍ଟନାୟକ, ମଞ୍ଜୁଳା ପାତ୍ର, ଗୌରୀ ନାଗ, ସଂଧ୍ୟାରାଣୀ ବରାଳ, ଜ୍ୟୋତ୍ସ୍ନା ମିଶ୍ର ଓ ରୀନା ପାଢୀଙ୍କ ମିଳିତ ସହାୟତାରେ କାର୍ଯ୍ୟକ୍ରମଟି ସୁପରିଚାଳିତ ହୋଇଥିଲା । ଆଦିତ୍ୟ ମହାପାତ୍ର, ଲକ୍ଷ୍ମଣ ନାଥ ଦାସ, ଶାନ୍ତନୁ ପଣ୍ଡା, ସୁଶାନ୍ତ ଦାସ, ମିହିର ରାୟ, ନବଘନ ସାହୁ, ଜେ ପି ସାହା, ଶାନ୍ତନୁ ପଣ୍ଡା, ଦୀପକ ଦାଶ, ବସନ୍ତ ପାଠୀ, ହରିହର ଶତପଥୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରି ଥିଲେ ।

jittmm
Leave A Reply

Your email address will not be published.