centurian jitm

କଂଗ୍ରେସକୁ ପାଲଟା ଜବାବ୍‌ ଦେଲା ବିଜେଡି

nschool
  • ମ୍ୟୁନିସିପାଲିଟିର ପ୍ରତ୍ୟେକ ଉନ୍ନତିମୂଳକ କାମର ଟେଣ୍ଡର ହୋଇଛି : ବିଜେଡି

ବଲାଙ୍ଗିର, (ଦେବଶିଷ ମିଶ୍ର) : ବଲାଙ୍ଗିର ମ୍ୟୁନିସପାଲିଟିର କାର୍ଯ୍ୟକଳାପରେ ଅନିୟମିତତା ରହିଥିବା ଅଭିଯୋଗରେ କିଛି ଦିନ ପୂର୍ବରୁ ନଗର କଂଗ୍ରେସ ଧାରଣା ଦେବା ସହ ଏଥିପାଇଁ ବିଜେଡିର ନେତୃତ୍ୱ ଓ ଶାସନ କଳକୁ ଦାୟୀ କରିଥିଲା । ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି ମ୍ୟୁନିସିପାଲିଟିର ସମସ୍ତ କାମ ଟେଣ୍ଡର ମାଧ୍ୟମରେ ହୋଇଥିବା ପ୍ରକାଶ କରିବା ସହ କଂଗ୍ରେସକୁ ପାଲଟା ଜବାବ୍‌ ଦେଇଛି । ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ ପ୍ରକଳ୍ପ ପାଇଁ ସହରର ବିଭିନ୍ନ ଅଂଚଳରେ ହେବାକୁ ଥିବା ଉଚ୍ଛେଦ ପାଇଁ ବିଧାୟକଙ୍କୁ ଦାୟୀ କରିବା ସହ ବିଧାୟକଙ୍କ ପରିବାରବୃନ୍ଦ ବିଭିନ୍ନ ସରକାରୀ ଜମି ମାଡି ବସିଥିବା ଅଭିଯୋଗ କରିଥିଲେ । ଆହୁିରି ଚାପ ପ୍ରୟୋଗ କରି ବିଭିନ୍ନ ପ୍ରକଳ୍ପ ମଞ୍ଜୁର କରେଇବା କେବଳ ପରିବାର ବର୍ଗ ଓ ରାଜନୈତିକ କର୍ମୀମାନଙ୍କୁ ଠିକା ଯୋଗେଇ ଦେବା ଉଦ୍ଦେଶ୍ୟ ବୋଲି ବିଜେଡି କଟାକ୍ଷ କରି କଂଗ୍ରେସକୁ ଘେରିିଥିଲେ । ବାଲାଙ୍ଗିର ମ୍ୟୁନିସିପାଲିଟି ବର୍ତ୍ତମାନ ପରିମଳ ବ୍ୟବସ୍ଥାକୁ ଆହୁରି ପ୍ରଖର କରିବା ପାଇଁ ଶ୍ରମିକ, ଟ୍ରାକ୍ଟର ଓ ଅନ୍ୟାନ୍ୟ ଦିଗରେ ଆର୍ଥିକ ମଞ୍ଜୁରି ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛି, ଯାହା ପୂରଣ ହେଲେ ଅନେକ ସମସ୍ୟା ଦୂର ହୋଇଯିବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି । ସେହିପରି ଲକ୍ଷ୍ମୀଯୋର ଉଭୟ ପାଶ୍ୱର୍ରେ କେବଳ ୨୫ ଫୁଟ ଲେଖାଏଁ ଉଚ୍ଛେଦ ଓ ଇନ୍ଦିରାନଗରକୁ ସମ୍ପୂର୍ଣ୍ଣ ଉଚ୍ଛେଦ ନକରି ସେଠାରେ ହେବାକୁ ଥିବା ପ୍ରସ୍ତାବିତ ପ୍ରକଳ୍ପର ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ପୌର ପରିଷଦ ପ୍ରସ୍ତାବ ଦେଇଥିବା ପ୍ରକାଶ କରିଥିଲେ । ତା’ଛଡା ବଲାଙ୍ଗିରର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ, ପୁର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଶତତ ପ୍ରୟାସ ରହିଛି ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାନେତ୍ରୀ ଦମୟନ୍ତୀ ବାଗ, ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ନଗର ସଭାପତି ଶମ୍ଭୂ ନାଗ, ଓଡିଶା ମୋ ପରିବାରର ସଂଯୋଜକ ସାଗର ସଂଗମ ଶତପଥି, ଜିଲ୍ଲା ଛାତ୍ର ସଭାପତି ସୁମନ ନନ୍ଦ ମଞ୍ଚାସୀନ ଥିବାବେଳେ ରାଜ୍ୟ ଛାତ୍ର ସାଧାରଣ ସଂପାଦକ ଗୁଞ୍ଜ ଖାନ, ଜିଲ୍ଲା ଆଇଟି ସଂଯୋଜକ ବିଭୁତି ଭୂଷଣ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.