centurian jitm

ପୋଲସରା କଲେଜ ପାଇଁ ଗୌରବ ଆଣିଲେ ତିନି ଛାତ୍ରୀ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ସ୍ନାତକ ଡିଗ୍ରୀ (ଯୁକ୍ତ ତିନି) ଶେଷ ବର୍ଷ ପରୀକ୍ଷା -୨୦୨୫ ପ୍ରକାଶ ପାଇଛି । ଶିକ୍ଷା ବିଭାଗର ୧୦ ମେରିଟ ଲିଷ୍ଟ ମଧ୍ୟରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଛାତ୍ରୀ ସାଧନା ପାଣି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଛାତ୍ରୀ ସରୀତା ପ୍ରଧାନ ଦଶମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦର୍ଶନଶାସ୍ତ୍ର ବିଭାଗର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ କାଜଲ ପଣ୍ଡା, ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । କଲେଜର ପ୍ରିନ୍ସପାଲ ରବିନ୍ଦ୍ର ନାଥ ପାଳ, ଶିକ୍ଷା ବିଭାଗର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ପ୍ରଧାନ ଏବଂ ଦର୍ଶନଶାସ୍ତ୍ର ବିଭାଗର ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ସେକ୍ ଫରିଦ୍ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କୁ ଉତ୍ତୀର୍ଣ୍ଣ ଛାତ୍ରୀମାନେ ତାଙ୍କର ସଫଳତା ପାଇଁ କୃତଜ୍ଞତା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.