ମୁନିଗୁଡ଼ା : ଏନ୍ଏସି ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ରାଜ୍ୟ ସରକାର ମୁନିଗୁଡ଼ାକୁ ଏନ୍ଏସି ଘୋଷଣାରୁ ବାଦ୍ ଦେବା ଘଟଣା । ଯହାର ପ୍ରତିବାଦରେ ବୁଧବାର ମୁନିଗୁଡାଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳ ଭାବେ ବେଶ୍ ପରିଚିତ ଥିବା ମୁନିଗୁଡା ସହର ଏନ୍ଏସି ମାନ୍ୟତା ପାଇଁ ଦିର୍ଘ ବର୍ଷ ଧରି ଦାବି କରି ଆସୁଥିଲା । ପୁର୍ବରୁ ଯେଉଁ ତାଲିକା ପ୍ରକାଶ ପାଇଥିଲା ସେଥିରେ ମୁନିଗୁଡା ସ୍ଥାନ ପାଇଥିଲା କିନ୍ତୁ ଅଗଷ୍ଟ ୧୫ ତାରିଖରେ ଯେଉଁ ୧୨ଗୋଟି ନୂତନ ଏନ୍ଏସିର ନାମ ଘୋଷଣା ହୋଇଛି, ସେଥିରେ ମୁନିଗୁଡାର ନାମ ନଥିବାରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାରେ ମୁନିଗୁଡା ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ଯୋଗ ଦେଇଛନ୍ତି । ଯାହାଫଳରେ ସହର ମଧ୍ୟଦେଇ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ଦୋକାନ ବଜାର, ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ରହିଛି ।