ଗାୟତ୍ରୀ ଶକ୍ତିପୀଠ ତୁଷୁରାଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଗାୟତ୍ରୀ ଶକ୍ତିପୀଠ ତୁଷୁରା ଠାରେ ୭୯ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗାୟତ୍ରୀ ପରିବାରର ବରିଷ୍ଠ ପରିଜନ ନଥୁରାମ କେଡିଆ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଗାୟତ୍ରୀ ଶକ୍ତିପୀଠର ଉଦ୍ୟୋକ୍ତା ଜଗଦୀଶ ପ୍ରସାଦ କେଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରମୋଦ କୁମାର ସା ସଭା ସଞ୍ଚାଳନ କରିଥିଲେ । ଗାୟତ୍ରୀ ପରିବାରର ମୁଖ୍ୟ ପୁରୋଧା ରାଧା ରମଣ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ସମସ୍ତ ମହିଳା ସାମୁହିକ ଜାତୀୟ ସଙ୍ଗୀତ ଗାନ କରିଥିଲେ । ମାରୱାଡ଼ି ଯୁବାମଞ୍ଚ, ମାରୱାଡ଼ି ମହିଳା ସମିତି ଓ ଜାଗୃତି ଶାଖାର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.