ମିଡ଼ିଆ କ୍ଲବ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡ଼ିଆ କ୍ଲବ ପକ୍ଷରୁ ଆଜି ୭୯ତମ ସ୍ୱାଧୀନତା ଦିବସ ସେକ୍ଟର- ୨୧ ସ୍ଥିତ କ୍ଲବ ପରିସରରେ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ ସହ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇ.ଏଚ.ଆର.ସି ସୁନ୍ଦରଗଡ଼ ଜିଲ୍ଲା ସଭାପତି ଇଂ କୁମାର ବେହେରା, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ତଥା ସମାଜସେବୀ ସୁମନ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ । ସାଙ୍ଗଠନିକ ସମ୍ପାଦକ ଜାଟାଧାରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ଲବର କାର୍ଯ୍ୟକାରୀ ସଭାପତି ସୁବାଷ ବର୍ମା, ଉପଦେଷ୍ଟା ରାଜ କୁମାର ଯାଦବ, ଯୁଗ୍ମ ସମ୍ପାଦକ ଦିଲ୍ଲୀପ ଶର୍ମା, ଦିନେଶ ମିଶ୍ର, ସଂଗ୍ରାମ ଭୂୟାଁ, କୋଷାଧକ୍ଷ ଉମେଶ ସିଂହ, କାର୍ଯ୍ୟକାରୀ କମିଟି ସଦସ୍ୟ ଅକ୍ଷୟ କୁମାର ଧଳ, କୁଞ୍ଜ ବିହାରୀ ରାଉତ, ସରୋଜ କୁମାର ବେହେରା, ସସ୍ମିତା ପ୍ରଧାନ, ଗନ୍ଦୁର ଓରାମ, ଶୈଳେନ୍ଦ ସାହୁ, କୁନୀଆ ବାରିକ, ଆମର ବର୍ମା, ରାନୁ ମହାପାତ୍ର, ଓ.ପି. ସିଂହ, ପ୍ରମୋଦ ଜଗଦେବ, ନବୀନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମବେତ ଜାତୀୟ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ଗଣମାଧ୍ୟମ ପ୍ରତିନିଧି, ସ୍ୱେର୍ଚ୍ଚାସେବୀ ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.