ରାଧେଶ୍ୟାମ ଫାଉଣ୍ଡେସନ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ରିକାପଲ୍ଲୀ କଲ୍ୟାଣ ମଣ୍ଡପ ପରିସରରେ ସମାହିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ତଥା ଛତ୍ରପୁର ଏନ.ଏ.ସି.ର ୧୦ ନଂ ୱାର୍ଡ କାଉନସିଲର ଦେବାଶିଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରଷ୍ଟର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟ ଜାରୀ ରହୁ ମତ ପ୍ରକାଶ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଏନ.ଏ.ସି. ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ ଟ୍ରଷ୍ଟର କାର୍ଯ୍ୟକ୍ରମକୁ ଶୁଭେଚ୍ଛା ଜଣାଇଥିଲେ । ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଆଇନ ପରାମର୍ଶଦାତା ବିଜୟ କୃଷ୍ଣ ପଟ୍ଟନାୟକ, ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ଉପଦେଷ୍ଟା ପ୍ରଶାନ୍ତ କୁମାର ଶତପଥୀ ସମ୍ପାଦିକା ଝିଲିବାଳା ରାଉତ ଓ ଯୁଗ୍ମ ସମ୍ପାଦିକା ଗୀତା ସାହୁ ପ୍ରମୁଖ ଯୋଗଦେଇ ଟ୍ରଷ୍ଟର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଗରୀବ ଓ ଅସହାୟ ପିଲାଙ୍କୁ ମାଗଣା ପାଠ ପଢ଼ାଇବା ଏବଂ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଶିକ୍ଷାବିତ ତଥା ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିବା ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସ୍ୱାଧୀନ କୁମାର ରଥ, ବିଦ୍ୟୁତ ସେବା ଯୋଗାଇ ଦେଉଥିବା ଲାଇନମ୍ୟାନ ବିନୋଦ କ୍ରୀଷ୍ଣା ସାହୁ, ବିପଦ ସମୟରେ ସହଯୋଗ କରିଥିବା ଛତ୍ରପୁର ଫାୟାରର ଅଫିସର ଧନଞ୍ଜୟ ମଲ୍ଲିକ, ସହରକୁ ସ୍ଵଛ ଓ ସୁନ୍ଦର ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସଫେଇ କର୍ମଚାରୀ ପ୍ରଶାନ୍ତ କୁମାର ନାଗରିକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ବିଧାୟକ ଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ସହରର ସମସ୍ତ କାଉନସିଲର ଏବଂ ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ, ଆର. ସନ୍ତୋଷ ରେଡ୍ଡୀଙ୍କୁ ମଧ୍ୟ ବିଧାୟକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ କ୍ଷ ଏହି ଅବସରରେ ଛତ୍ରପୁର ସହରର ବହୁ ବୁଦ୍ଧିଜୀବୀ, କାଉନସିଲର, ଜନପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଉପଦେଷ୍ଟାଡ଼.ପ୍ରଶାନ୍ତ କୁମାର ଶତପଥୀ ସଂଯୋଜନା କରିବା ସହିତ ସମ୍ପାଦକ ବିବରଣୀ ପାଠ କରିଥିଲେ । ଶେଷରେ ସମ୍ପାଦିକା ଝିଲିବାଳା ରାଉତ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଟ୍ରଷ୍ଟ ପକ୍ଷରୁ ଅଞ୍ଚଳର ରୋଗୀଙ୍କ ସେବା ନିମନ୍ତେ ମାଗଣାରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ସଭାପତି ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.