କଣ୍ଟାବାଞ୍ଜି, (କେପିଏନ୍ଏସ୍) : ମହାନ ସଂଗ୍ରାହକ ତଥା ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକଙ୍କ ୧୧୮ତମ ଜନ୍ମ ଜୟନ୍ତୀ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଥିଲା । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ଓଡ଼ିଶାରେ ପାଠାଗାର ଆନ୍ଦୋଳନର ମୁଖ୍ୟ ପୁରୋଧା ଦାସିଆ ଅଜାଙ୍କ ଉପରେ ଆଲୋଚନା କରିଥିଲେ । ବର୍ତ୍ତମାନ ପାଠାଗାର ସମସ୍ତଙ୍କ ପାଇଁ ଜରୁରୀ ବୋଲି ଶ୍ରୀ ଦାଶ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝେଇଥିଲେ । ଆଜିର ସମୟରେ ଆବାଳବୃଦ୍ଧବନିତା ମୋବାଇଲ ବ୍ୟବହାର ଅଧିକ କରୁଛନ୍ତି ଯାହା ଫଳରେ ପୁସ୍ତକ ପଠନ ପ୍ରତି ଆଗ୍ରହ କମିବାରେ ଲାଗିଛି । ପାଠାଗାର ହେଉଛି ଜ୍ଞାନର ଭଣ୍ଡାର ଏହାହିଁ ସମାଜକୁ ଉଚିତ ଦିଗଦର୍ଶନ ଦେଇ ପାରିବ ତେଣୁ ପ୍ରତି ଗାଁ ଓ ବିଦ୍ୟାଳୟରେ ପାଠାଗାର ନିର୍ମାଣ ହୋଇପାରିଲେ ଆଜି ଭଳି ଦିନରେ ଦାସିଆ ଅଜାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ସଭାରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଥ, ବିନୋଦିନୀ ତାଣ୍ଡୀ, ଟିକେଶ୍ୱରୀ ସେଠ, ରଜନୀ ମେହେର ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
