ବାରିପଦା, (ଦେବସ୍ମିତ ଚୌଧୁରୀ) : ସାଧାରଣ ଲୋକଙ୍କ ମନରେ ଥିବା ଭାବନାକୁ ଚିଠି ମାଧ୍ୟମରେ ପ୍ରକାଶ କରିବାକୁ ଡାକ ବିଭାଗ ତରଫରୁ ସର୍ବଭାରତୀୟ ସ୍ତରରେ ଏକ ନିଆରା ପ୍ରୟାସକୁ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ସ୍ଥାନୀୟ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ସ୍କୁଲରେ “ଫର ଏଭର ଇନ୍ ଲେଟରସ୍” ନାମକ ଏକ ଚ଼ିଠି ଲେଖା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ତିନୋଟି ବୟସ ବର୍ଗର ଛାତ୍ରଛାତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ଡାକ ବିଭାଗ ପକ୍ଷରୁ ଲେଖିବା ପାଇଁ ସମସ୍ତଙ୍କୁ ମାଗଣାରେ ପୋଷ୍ଟ କାର୍ଡ, ଅନ୍ତରଦେଶୀୟ ପତ୍ର, ଲଫାପା ଆଦି ଯୋଗାଇ ଦିଆ ଯାଇଥିଲା । ସ୍ଥାନୀୟ ବୁଦ୍ଧିଜୀବୀ କବି ବିଷ୍ଣୁ ଶତପଥୀ, ସଂଜୀବ ରାଉତ, ଅଭିଜିତ ମହାନ୍ତି ପ୍ରମୁଖ ଡାକ ବିଭାଗର ଏପରି କାର୍ଯ୍ୟକ୍ରମକୁ ଖୁବ ପ୍ରଶଂସା କରିବା ସହ ଚ଼ିଠି କିପରି ସେମାନଙ୍କ ପିଲାବେଳର ଏକମାତ୍ର ଯୋଗାଯୋଗର ମାଧ୍ୟମ ଥିଲା ତାହା ବର୍ଣ୍ଣନା କରିଥିଲେ । ଯୁବପିଢି ଓ ଛାତ୍ରଛାତ୍ରୀ ମାନେ ଚ଼ିଠି ଲେଖିବା ବେଳେ ବିଶେଷ ଉତ୍ସାହିତ ହୋଇଥିଲେ । ମୟୂରଭଞ୍ଜ ଡ଼ାକ ମଣ୍ଡଳର ଅଧିକ୍ଷକ ଜଗଦୀଶ ଦାଶ ଓ ଉପ- ଅଧିକ୍ଷକ ପ୍ରଣବ କୁମାର ମିଶ୍ରଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ଡାକ ବିଭାଗର ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ମହାନ୍ତ, ବିଭୂଦତ୍ତ ସାହୁ, ସୌରଭ କୁମାର ପାଲ, ଚନ୍ଦ୍ରଶେଖର ମହାନ୍ତି, ରବିରଞ୍ଜନ ସେନାପତି, ନୟନରଞ୍ଜନ ସାହୁ, ବିଧୁଭୂଷଣ ବେହେରା, ତପେଶ୍ଵର ମିଶ୍ର, ରତନ ହେମ୍ବ୍ରମ, ଧରଣୀଧର ଦାସ ସହଯୋଗ କରିଥିଲେ । ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା ସମୟରେ ଡ଼ାକ ବିଭାଗ ପକ୍ଷରୁ ଏଭଳି ନିଆରା କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ ଓ ଚିଠି ଲେଖାକୁ ଜାରି ରଖିବେ ବୋଲି ମତବ୍ୟକ୍ତ ରଖିଥିଲେ ।