ମଦନପୁର ଏସ୍.ଏସ୍.ଡି. ହାଇସ୍କୁଲରେ ୭୬ତମ ବନ ମହୋତ୍ସବ ପାଳିତ

ମ.ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସରକାରୀ ଏସ୍.ଏସ୍.ଡି. ହାଇସ୍କୁଲରେଠାରେ ମ . ରାମପୁର ବନାଞ୍ଚଳ ସହାୟତା ରେ ୭୬ତମ ବନ ମହୋତ୍ସବ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ବନସଂରକ୍ଷ୍ୟକ ଅସିତ କୁମାର ଦାସଙ୍କ ତତ୍ୱାବଧାନରେ ବନପାଳ ସମ୍ପଦ କୁମାର, ସୁବେନ୍ଦୁ ବିଶି, ସ୍କୁଲ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେର, ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ବନରଖି ସତ୍ୟମ ମାଝୀ, ବିକାଶ ଅଧିକାରୀ ସଦାନନ୍ଦ ପଧାନ ଉପସ୍ଥିତ ରହି ବୃକ୍ଷ ରୋପଣ ମହତ୍ତ୍ୱ, ଏହାର ଉପକାର, ବନ ମହୋତ୍ସବର ଉର୍ଦ୍ଧେଶ୍ୟ ଉପରେ ସଚେତନ କରିଥିଲେ । ଛାତ୍ରଛାତ୍ରୀ ଓ ଅତିଥିମାନେ ପଣସ, ଅଁଳା, ପିଆଶାଳ, ଅଶୋକ ,କରଞ୍ଜ ଭଳି ଅନେକ ଚାରା ରୋପଣ କରିଥିଲେ । ଶିକ୍ଷକ ପ୍ରତୁଶ କୁମାର ଭୋଇ, ସୁଶ୍ରୀତା ପଟେଲ, ଫଟୁ ମାଝୀ, ପିନି ଭୋଇ, ରିତା ବାଗ, କିଶୋର ପଣ୍ଡା, ପ୍ରଦେଶୀ ହରିଜନ, ଲମ୍ବୁ ଧର ଗୋପାଳ ପ୍ରମୁଖ ସହାର୍ଯ୍ୟ କରିଥିଲେ । ସେହି ଭଳି ଲୁବେନଗଡରେ ମଧ୍ୟ ବନ ମହୋତ୍ସବ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.