
ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବକଟି ବଂଶୀଧର ମେମୋରିଆଲ୍ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବିଜୟାନନ୍ଦ ପାଢୀ ଓ ସହକାରୀ ଶିକ୍ଷକ ସରୋଜ କୁମାର ବାରିକ ମଞ୍ଚାସୀନ ହୋଇ ଜଂଗଲ ନଷ୍ଟର କୁପ୍ରଭାବ, ବୃକ୍ଷ ରୋପଣର ଉପାଦେୟତା, ବିଶ୍ୱ ତାପନର ଭୟାବହତା ବିଷୟରେ ଭାବଗର୍ଭକ ବକ୍ତବ୍ୟମାନ ଉପସ୍ଥାପନ କରିଥିଲେ । ସଭା ଶେଷରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଶିକ୍ଷା କର୍ମଚାରୀ କଳ୍ପନା ଦ୍ୱାରୀ ସହଯୋଗ କରିଥିଲେ ।