oom

ବିଶ୍ଵ ପରିବେଶ ଦିବସ ପାଳିତ

jsmm

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଶ୍ଵ ପରିବେଶ ଦିବସ ଅବସରରେ ରାୟଗଡ଼ା ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନର ସଭାପତି ଯୋଗେଶ୍ୱର ଦାସ ଏବଂ ସମ୍ପାଦକ କୃଷ୍ଣକାନ୍ତ ଜେନାଙ୍କ ନେତୃତ୍ୱରେ ପ୍ରଥମେ ରାୟଗଡ଼ା ରେଳ ଷ୍ଟେସନ ସମ୍ମୁଖରେ ବୃକ୍ଷରୋପଣ କରାଯାଇ ମୁଖ୍ୟରାସ୍ତାର ଦୁଇପାର୍ଶ୍ଵରେ ଲାଗିଥିବା ଗଛ ଗୁଡ଼ିକରେ ଜଳ ଦେବା ସହ ସହରର ବିଭିନ୍ନ ବସ୍ତି ଏବଂ ରାସ୍ତାକଡ଼ରେ ବୃକ୍ଷ ରୋପଣ କରାଯାଇ ଗଛ ଗୁଡ଼ିକରେ ଜଳ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରୀନ ରାୟଗଡ଼ା ଦୀର୍ଘ ୧୮ ବର୍ଷ ଧରି ରାୟଗଡ଼ା ସହରକୁ ପଲିଥିନ ମୁକ୍ତ କରିବା, ବୃକ୍ଷ ରୋପଣ କରି ତାର ଯତ୍ନ ନେବା, ପଲିଥିନ ବ୍ୟବହାରରୁ କିପରି ଦୂରେଇ ରହିବା ଏସବୁ ବିଷୟରେ ସହରର ସ୍କୁଲର ଛାତ୍ରଛାତ୍ରୀ, ଜନସାଧାରଣଙ୍କ ମହଲରେ ଭିନ୍ନ ଭିନ୍ନ ଉପାୟରେ ସଚେତନତା ସୃଷ୍ଟି କରି ଆସୁଛୁ ବୋଲି ଅନୁଷ୍ଠାନର ସଭାପତି ଯୋଗେଶ୍ଵର ଏବଂ ସମ୍ପାଦକ କୃଷ୍ଣକାନ୍ତ ପ୍ରକାଶ କରିଥିଲେ । ଉକ୍ତ କାଂର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସାମ୍ବାଦିକ ମହାସଂଘର ସଭାପତି ଦୀପକ କୁମାର ପୃଷ୍ଟି, ବରିଷ୍ଠ ଆଇନଜୀବୀ ବିରଜା ପାତ୍ର, ସମାଜସେବୀ ପି. ଗୌରୀ, ଚୀନାରି ବିଜୟ ମହନ, ଡ଼ି ପି ବାପୁ, ମାତୃଶକ୍ତିରୁ କୁମାରୀ ବାଡତିଆ, ରାୟଗଡ଼ା ଜିସିଡ଼ି ୱକର୍ସ କ୍ଲବ, ଭାରତୀୟ ମଜଦୂର ସଂଘର କାର୍ଯ୍ୟକର୍ତ୍ତା, ରେଳବାଇ ସୁରକ୍ଷା ବଳଙ୍କ ସହ ସହରର ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗ୍ରୀନ ରାୟଗଡାର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.