centurian jitm

ଛତ୍ରପୁର ବ୍ରହ୍ମାକୁମାରୀ ଆଶ୍ରମରେ ୨୯ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଆଶ୍ରମର ୨୯ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଗୁରୁବାର ପାଳିତ ହୋଇଯାଇଛି । ଅନୁଷ୍ଠାନ ପରିସରରେ ଓଁ କାର ର ଧ୍ଵନୀ ନାଦରେ ପ୍ରକମ୍ପିତ ହୋଇ ଏକ ଭିନ୍ନ ନିଆରା ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଡମ୍ବର ସହକାରେ ୨୯ତମ ବାର୍ଷିକ ଉତ୍ସବ ସମାହିତ ହୋଇଥିଲା । ଶାଖା ସଞ୍ଚାଳିକା ରଜାଯୋଗୀନି ବି.କେ. ବିଜୟଲକ୍ଷ୍ମୀ ଭଉଣୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ା. ସ୍ଵାଧୀନ ରଥ ଯୋଗ ଦେଇ ଶିବ ବାବାଙ୍କ ଧ୍ଵଜା ଉତ୍ତୋଳନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଆଶ୍ରମର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଅଧ୍ୟାତ୍ମିକ ସଭାରେ ରାଜସ୍ଥାନର ମାଉଣ୍ଟ ଆବୁରୁ ଆମନ୍ତ୍ରିତ ଅଧ୍ୟାତ୍ମିକ ବକ୍ତା ବି. କେ. ଶହଦେବ ଭାଇ ଓ ଛତ୍ରପୁର ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ କେ. ଆନନ୍ଦ ରାଓ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଡ଼ା. ରଥ ଅଧ୍ୟାତ୍ମିକ ସଭାରେ କହିଥିଲେ, ଯେ’ ବିଶ୍ଵ କଲ୍ୟାଣରେ ପ୍ରଜାପିତାଙ୍କ ଅତୁଳନୀୟ ଅବଦାନ ରହିଛି, ଯାହା ଦ୍ଵାରା କୋଟି କୋଟି ଲୋକ ଓଁ ର ପ୍ରକୃତ ଭାବକୁ ବୁଝି ପାରିଛନ୍ତି, ଆତ୍ମା ଓ ପରମାତ୍ମାରେ ଶାନ୍ତି ଅନୁଭବ କରିଛନ୍ତି । ଏହି ସୁନ୍ଦର ସଂଗଠନର ସମାଜ ପ୍ରତି ଅବଦାନ ଚିରସ୍ମରଣୀୟ ବୋଲି ତାତ୍ତ୍ଵିକ୍ ଆଲୋଚନା ଦେଇଥିଲେ । ଡ଼ା. ରଥ ଏକ ସୁନ୍ଦର ଅଧ୍ୟାତ୍ମିକ କବିତା ମାଧ୍ୟମରେ ସଭାକୁ ସମ୍ବୋଧନ କରିଥିଲେ । ଅନ୍ୟତମ ଅତିଥି ମାନେ ମଧ୍ୟ ନିଜ ନିଜ ମନର ଭାବନା କୁ ପ୍ରକାଶ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଦସ୍ୟ ୱାଇ. ବାଲା କ୍ରିଷ୍ଣା ଭାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଭଉଣୀ ବିଜୟଲକ୍ଷ୍ମୀ ସଭା କୁ ସମ୍ବୋଧନ କରିଥିଲେ । ଶେଷରେ କେ. ସତ୍ୟନାରାୟଣ ରେଡ୍ଡୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.