centurian jitm

ସିଭିଲ କୋର୍ଟରେ ଜାତୀୟ ଶ୍ରମିକ ଦିବସ ପାଳିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଜାତୀୟ ଶ୍ରମିକ ଦିବସ, ପ୍ରାଧିକରଣର ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଧିଶ ତଥା ପ୍ରାଧିକରଣର ଅଧକ୍ଷ ଡ.ପବିତ୍ର ମୋହନ ସାମଲ ଯୋଗ ଦେଇ ଶ୍ରମିକମାନଙ୍କର ନ୍ୟାର୍ଯ୍ୟ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସହିତ ଆଇନ ସେବା ପ୍ରାଧିକରଣର ସୁବିଧା ନବାପାଇଁ ଶ୍ରମିକମାନଙ୍କୁ ବୁଝାଇଥିଲେ । ଉକ୍ତ ଶିବିରରେ ଅଧକ୍ଷ ଯୋଗ ଦେଇ ବିଭିନ୍ନ ଶ୍ରମ ଆଇନ ଉପରେ ଆଲୋକପାତ କରିଥିଲେ । ଫ୍ୟାମିଲି କୋର୍ଟ ଜଜ୍ ବିକ୍ରମ କେଶରୀ ପଟ୍ଟନାୟକ ଯୋଗଦେଇ ଶ୍ରମିକମାନଙ୍କର ଦେଶ ଗଠନରେ ଭୂମିକା ଓ ଅବଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏଥିରେ ଡେପୁଟି କଲେକ୍ଟର, ପ୍ରଶାନ୍ତ ମହାପାତ୍ର ଓ ଅତିରିକ୍ତ ଶ୍ରମ ଅଧିକାରୀ ଉପସ୍ଥିତ ରହି ସରକାରଙ୍କର ଶ୍ରମିକ ମାନଙ୍କ ନିମନ୍ତେ ଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଉକ୍ତ ଶିବିରରେ ଭିଜିଲାନ୍ସ ଜଜ୍ ମଳୟ ରଂଜନ ଦାଶ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକା ଭୂୟାଁ, ଅତିରିକ୍ତ ଜିଲ୍ଲା ଜଜ୍ (ପୋକ୍କୋ ) ସୁନନ୍ଦା ପାଢୀ, ସିଜେଏମ୍ ବଲାଙ୍ଗିର ଶଂଖ ଚକ୍ରବର୍ତୀ, ସିଭିଲ୍ ଜଜ୍ (ବରିଷ୍ଠ) ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ) କୁନ୍‌ମୁନ୍ ଆଚାର୍ଯ୍ୟ, ସିଭିଲ୍ ଜଜ୍ (ବରିଷ୍ଠ) ବୈଶାଳୀ ନାୟକ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ), ଅର୍ଣ୍ଣପୂର୍ଣ ଷଡଙ୍ଗୀ, ଏସଡିଜେଏମ ଦୀପାରାଣୀ ଜେନା, ସିଭିଲ୍ ଜଜ୍ (କନିଷ୍ଠ) ସାସତୀ ମହାପାତ୍ର, ଜେ.ଏମ୍.ଏଫ୍.ସି ଲକ୍ଷ୍ମୀ ବେହେରା, ଜେ.ଏମ୍.ଏସ୍.ସି ଅର୍ଘ୍ୟରୂପା ମିଶ୍ର ଯୋଗ ଦେଇଥିଲେ । ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରେଜିଷ୍ଟାର ସିଭିଲି କୋର୍ଟ ଶ୍ରୀଦିପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଶ୍ରମିକ ହିତାଧିକାରୀ ମାନଙ୍କୁ ବିଭିନ୍ନ ଯୋଜନାରେ ମିଳୁଥିବା ସହାୟତା ପ୍ରଦାନ କରାଯାଇଥିଲା । ଏହି ଶିବିରେ ଶତାଧିକ ଶ୍ରମିକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.