
ଜୟପାଟଣା, (ଶେଷଦେବ ବେହେରା) : ଶ୍ରୀ ସତ୍ୟସାଇ ବାବାଙ୍କ ଅବତାରର ଶତାବ୍ଦୀ ମହୋତ୍ସବ ଅବସରରେ ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଆନୁକୂଲ୍ୟରେ ଜୟପାଟଣା ସେବା ସମିତି ଜୟପାଟଣାର ତତ୍ତ୍ଵାବଧାନରେ ଜିଲ୍ଲାସ୍ତରୀୟ ବିଶ୍ଵ ଶାନ୍ତି ରୁଦ୍ର ପାରାୟଣ ସମ୍ପନ୍ନ ହୋଇଯାଇଛି । ବିଶ୍ଵ ପ୍ରେମ ଓ ଶାନ୍ତି ପ୍ରତିଷ୍ଠା ପାଇଁ ସମର୍ପିତ ଥିବା ଏହି ଏକାଦଶ ରୁଦ୍ର ପାରାୟଣରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ । ଜୟପାଟଣା ସହରର ସିଦ୍ଧି ବିନାୟକ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଓମ୍କାର ସୁପ୍ରଭାତ, ନଗର କୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା, ପ୍ରଶାନ୍ତି ପତାକା ଉତ୍ତୋଳନ ଆଦି ସ୍ଥାନିତ ହୋଇଥିଲା । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସଭାପତି ବେଣୁଧର କୁମାର, ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ସହ ଜିଲ୍ଲାର ବିଭିନ୍ନ ଭଜନ ମଣ୍ଡଳୀରୁ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତି ଓ ବିଶ୍ୱ ଶାନ୍ତି ପାଇଁ ଯୋଗଦାନ ହେତୁ ଜୟପାଟଣା ସମିତି ସଭାପତି ମନ୍ମଥ ପାଢ଼ୀ ଓ ସମସ୍ତ ସଦସ୍ୟ ଆମନ୍ତ୍ରିତ ସଦସ୍ୟ ମାନଙ୍କୁ ସାଧୁବାଦ ଦେବା ସହିତ ସିଦ୍ଧି ବିନାୟକ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ଶ୍ରୀହରି କିସନ ଜୈନଙ୍କୁ କୃତଜ୍ଞତା ଜଣାଇଛନ୍ତି ।