oom

ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଥମ ଦିନୋତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରସ୍ୱତୀ ଶିଶୁମନ୍ଦିର ସ୍ଥିତ ଶିଶୁ ବାଟିକା ବିଭାଗର ପ୍ରଥମ ଦିନୋତ୍ସବ କାର୍ଯ୍ୟକ୍ରମ ମହା ସମାରୋହରେ ସଭାପତି ରାମ କୁମାର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୦ ଜଣ ଅଙ୍ଗନବାଡ଼ି ଦିଦି‌ ମାନେ ଅଞ୍ଜନା ବନଛୋର, ଆରତୀ ଲୁହାର, ବୀଣା ସାହୁ, ପୁଷ୍ପାଞ୍ଜଳି ତାଣ୍ଡି, ଅଲିଭ ନିଆଲ, ସପ୍ସଯୁକ୍ତା ରଣା, ଶୋଭାବତୀ ରଣା, ଜୟଶ୍ରୀ ସାହୁ, ରୀତା ମହାନନ୍ଦ, ଦେବକୀ ସୁନା ସମସ୍ତେ ସକ୍ରିୟ ଅପ୍ସଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ଆଦର୍ଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଭାଇଭଉଣୀ ଅପ୍ସଶିକା ମେହେର, (ବ୍ଲକ ଟପର), ସ୍ୱରୂପ ମିଶ୍ର, ସ୍ୱରିତ କୁମାର ସାହୁ, ପ୍ରତ୍ୟୁଷା ସାହୁ, ସ୍ୱଗତ ମହନ୍ତ, ଗୁଞ୍ଜନ ବଗର୍ତ୍ତି, ସ୍ୱୟଂ ସିଦ୍ଧ ମିଶ୍ର, ହରିପ୍ରିୟା ସରାପ, ଅର୍ଜୁନ ସୁପକାର‌ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟ ଅତିଥି ଭାବରେ ଡ.ଦ୍ୱାଦଶ କୁମାର ପ୍ରଧାନ ଯୋଗଦେଇ ଉତ୍କଳ ଦିବସ ଏବଂ ପ୍ରଥମ ଦିନୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ଶିଶୁ ଭାଇଙ୍କର ଜନ୍ମଦିବସ ମଧ୍ୟ ପାଳନ କରାଯାଇଥିଲ। ଉକ୍ତ ସମସ୍ତ କାର୍ଯ୍ୟକୁ ସୁଶିଲ ମହାନନ୍ଦ ପରିଚାଳନା କରିଥିଲେ । ଉପ ସଭାପତି ମୀନକେତନ ବେହେରା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ । ଏଥିରେ ପରିଚାଳନା ସମିତିର ସମସ୍ତ ସଭ୍ୟସଭ୍ୟା ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.