oom

ତେନ୍ତେଲଖୁଣ୍ଟି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

jsmm

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବାହାବଲ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେନ୍ତେଲଖୁଣ୍ଟି ପରିସରରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ମୁଖ୍ୟବକ୍ତା ଭାବେ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ବାହାବଲ ସିଆରସିସି କୃତିବାସ ବରିହା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ ଖର୍ସେଲ, ବିରଞ୍ଚି ଖର୍ସେଲ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ । ଶିକ୍ଷକ ଗୌତମ ଆଣ୍ଡିଆ ସଭା ପରିଚାଳନା ଓ ଚୁମନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ । ମା ସରସ୍ଵତୀ ଓ ଗଣେଶଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପଦୀପ ଦେଇ ଅତିଥି ବୃନ୍ଦ ପୂଜାର୍ଚ୍ଚନା କରିଥିଲେ । ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାଇବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିଲେ ସେମାନଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଲୁଚି ଯାଉଥିବା ସଂସ୍କୃତିକୁ ସ୍ମୃତିଚାରଣ କରିବା ପୂର୍ବକ ଛାତ୍ରଛାତ୍ରୀମାନେ ବିଭିନ୍ନ ପୋଷାକ ପିନ୍ଧି ସଂସ୍କୃତି ଓ ପରମ୍ପରାର ଝଲକ ଦେବା ସହିତ ହାତରେ ତିଆରି କରିଥିବା ଖେଳନା ପ୍ରଦର୍ଶନ କରିଥିଲେ । ଏହି ଉତ୍ସବରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.