jayashree

ସାଇଯମୁନା ସାହିତ୍ୟ ଉତ୍ସବ ପାଳିତ

  • ପ୍ରକାଶକ ସାହିତ୍ୟକୁ ଲୋକପ୍ରିୟ କରିବାରେ ମୁଖ୍ୟବିନ୍ଧାଣୀ

ସାଲେପୁର, (କେପିଏନ୍‌ଏସ୍‌) : ପ୍ରକାଶକ ସାହିତ୍ୟକୁ ଲୋକପ୍ରିୟ କରିବାରେ ମୁଖ୍ୟବିନ୍ଧାଣୀ । ଲେଖକ ଓ ପାଠକ ମଧ୍ୟରେ ଯୋଗର ସେତୁ ଭାବରେ ପ୍ରକାଶକମାନେ କାର୍ଯ୍ୟ କରନ୍ତି । ଲେଖକୀୟ ଅଭିବୃଦ୍ଧି ପାଇଁ ପ୍ରକାଶକମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ୍ ବୋଲି ସାଇଯମୁନା ପବ୍ଲିକେସନ ପକ୍ଷରୁ ୨‍୧ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ସାଲେପୁର ହାଇସ୍କୁଲ ପ୍ରେକ୍ଷାଳୟରେ ଆୟୋଜିତ ଏକଦିବସୀୟ ସାଇଯମୁନା ଉତ୍ସବକୁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଉଦ୍‌ଘାଟନ କରିବା ଅବସରରେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ବିଶିଷ୍ଟ କବି ଓ ସଂପାଦକ ଦୁର୍ଗାଚରଣ ଷଡଙ୍ଗୀ ମୁଖ୍ୟଅତିଥି, ପ୍ରାବନ୍ଧିକ ତଥା ସାହିତ୍ୟିକ ସତ୍ୟନରାୟଣ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡିଆ ସାହିତ୍ୟର ବିକାଶର ଆଦ୍ୟଧାରା ଗାଁରୁ ସମ୍ଭବ ହୋଇଛି । ଗ୍ରାମ୍ୟ ସଂସ୍କୃତି ସାହିତ୍ୟର ବିଭବକୁ ଅନେକାଂଶରେ ପ୍ରଭାବିତ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ମୁଖପତ୍ର ସାଇଯମୁନା ସହ ସତ୍ୟନାରାୟଣ ମିଶ୍ରଙ୍କ ଭ୍ରମଣକାହାଣୀ ରହସ୍ୟମୟୀ ଇଜ୍ଇପଟି, ଡଃ ମହେଶ୍ୱତା ସାହୁଙ୍କ ଉପନ୍ୟାସ ମଗ୍ନମାଟିର ବାସ୍ନାକୁ ଉଦ୍‌ଘାଟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଜୀବନବ୍ୟାପୀ ସାଧନା ପାଇଁ ସାଇଯମୁନା ଗଳ୍ପରତ୍ନ ପ୍ରଫୁଲ୍ଲ ବାରିକ, ଉପନ୍ୟାସ ରତ୍ନ ଡଃ. ମହେଶ୍ୱତା ସାହୁ ଓ ଶିଳ୍ପୀ ରତ୍ନ ଭାବେ ଶ୍ରୀବାସ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ସାଇଯମୁନା ପବ୍ଲିକେସନର ମୁଖ୍ୟପରିଚାଳକ ସାହିତ୍ୟିକ ଚନ୍ଦ୍ରମଣି ଭୂୟାଁ ସ୍ୱାଗତ ଭାଷଣ, ଆଇନଜୀବୀ ତଥା ସାହିତ୍ୟିକ ରାଜୀବ କୁମାର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସାମ୍ବାଦିକ ଜୟଦେବ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବକୁ କବି ବିଶ୍ୱମିତ୍ରା ମିଶ୍ର ଓ କବି ତଥା ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା ସଂଯୋଜନା କରିଥିଲେ । ସେହିପରି ଦ୍ୱିତୀୟ ଅଧିବେଶନ ତଥା ଉଦ୍‌ଯାପନ ସମାରୋହରେ ଅତିଥିମାନେ ଯୋଗଦେଇ କହିଲେ ଯେ, ଗାଁ ମାଟିର କଥା କହେ ସାହିତ୍ୟ । ସାହିତ୍ୟକୁ ବିଲହୁଡା, ପୋଖରୀ, ପାହାଡ ଓ ନଦୀନାଳ ପ୍ରଭାବିତ କରିବା ସହ ଗାଁର ମାଧୁର୍ଯ୍ୟ ଓ ଗାରିମା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସାଇଯମୁନା ପବ୍ଲିକେସନର ମୁଖ୍ୟପରିଚାଳକ ଚନ୍ଦମଣି ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନ ସମାରୋହରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ବରେଣ୍ୟ ଅତିଥି ଭାବେ ଲୋକସେବା ଫାଉଣ୍ଡେସନର ଅଧ୍ୟକ୍ଷ ହିମାଂଶୁ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଶଶଧର ପଣ୍ଡା, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ପ୍ରଫେସର ଡାକ୍ତର ରବିନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଗାନ୍ଧୀ ଚେତନାର ପ୍ରବକ୍ତା ବିଶ୍ୱଜିତ ସୂର୍ଯ୍ୟବଂଶୀ ଓ ସମ୍ବାଦର ପ୍ରତିନିଧି ଶାରଦା ପଣ୍ଡା ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଲୋକସାହିତ୍ୟର ବହୁଳ ଭାବରେ ପ୍ରଚାର ପ୍ରସାର ସହ ବ୍ୟାପକ ଗବେଷଣା କରାଗଲେ ଓଡିଶାର ବାଣୀଭଣ୍ଡାର ସମୃଦ୍ଧ ହୋଇପାରିବ । ଏହି ଅବସରରେ ପ୍ରକାଶିତ ଅନୁଷ୍ଠାନର ମୁଖପତ୍ର ସାଇଯମୁନା ସହ କାଳନ୍ଦୀ ଚରଣ ଜେନାଙ୍କ ଲିଖିତ ଉପନ୍ୟାସ କିଣାମଣିଷ, ସନ୍ଥ ରାମଦାସଜୀଉଙ୍କ ଦ୍ୱାରା ରଚିତ ବୁଦ୍ଧ ବଚନ ଓ ସଚ୍ଚିକାନ୍ତ ଦାସଙ୍କ ଦ୍ୱରା ସଂପାଦିତ ଗଳ୍ପ ପଲକ ପ୍ରଭୁତି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏଥିରେ ସାଇଯମୁନା ସେବା ରତ୍ନ ଯଶୋବନ୍ତ ରାଉତ, ଆଧ୍ୟାତ୍ମିକ ରତ୍ନ ସନ୍ଥଶ୍ରୀ ରାମଦାସ ଜୀଉଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଆଇନଜୀବୀ ତଥା ସାହିତ୍ୟିକ ରାଜିବ କୁମାର ଷଦଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରାଦନ କରିଥିଲା ବେଳେ ସାଇଯମୁନା ପବ୍ଲିକେସନର ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ତୁଷାରକାନ୍ତ ମହାନ୍ତି, ଜୟଦେବ ଲେଙ୍କା, ମାନସ ଦାଶ, ଶୁକଦେବ ଭୋଇ, ପ୍ରଦ୍ୟୁମ୍ନ ବେହେରା, ଗୋବିନ୍ଦ କାଣ୍ଡି, ତ୍ରିନାଥ ମହାରଣା ଓ ବିକ୍ରମ କେଶରୀ ନାଥ ପରିଚାଳନା କରିଥିଲେ । ଏଥିରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଲେଖକ କବି ପାଠକ ଯୋଗଦେଇ ଥିଲେ ।

Leave A Reply

Your email address will not be published.