jayashree

ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ମିଳିତ ସହଯୋଗରେ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଚଳିତ  ।ର୍ଷ ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନର ଶୀର୍ଷକ ହେଉଛି ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତିଭୂମି’ । ଆଜିର କାର୍ୟ୍ୟକ୍ରମରେ ପଶ୍ଚିମାଂଚଳ ଆରକ୍ଷୀ ଉପ ମହାନୀରିକ୍ଷକ ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଦୁର୍ନୀତି ନିବାରଣ କଲେ ହିଁ ଦେଶ ପ୍ରଗତି ସୁନିଶ୍ଚିତ ହେବ । ଯୁବ ପିଢି ମାନଙ୍କ ଏହାର ମଶାଲ ଧରିବାକୁ ଆହ୍ୱାନ କରିଥିଲେ । ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡା. ଶିବପ୍ରସାଦ ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସଚୋଟ୍ଟତାର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା । ସେଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଆଜି ସକାଳେ ଆମ୍ବେଦକର ଛକ ଠାରୁ ଆଇଟିଡିଏ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ପାନପୋଷ କ୍ରୀଡା ଛାତ୍ରାବାସର ଛାତ୍ରଛାତ୍ରୀ, ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ସାମିଲ ହୋଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ରାଉରକେଲା ଏସ୍‌ପି ନୀତେଶ ୱାଧୱାନି, ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକ ଓ ପିଏ ଆଇଟିଡିଏ ପରମାନ୍ଦ ପୃଷ୍ଟି ଉପସ୍ଥିତ ଥିଲେ । ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ନରହରି ନାଏକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିରିକ୍ତ ଏସ୍‌ପି ସତ୍ୟବାନ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ମଂଚ ପରିଚାଳନା କରଥିଲେ ।

Leave A Reply

Your email address will not be published.