centurian jitm

କୁମାର ଉତ୍ସବ -୨୦୨୪ ମହାସମାରୋହରେ ପାଳିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ -୨୦୨୪ ଭଞ୍ଜ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାସ୍ତା ଓ ଗୃହନିର୍ମାଣ ବିଭାଗର ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କଳିଙ୍ଗ ଟ୍ରମା ହସ୍ପିଟାଲ୍‌ର ମୁଖ୍ୟ ଡାକ୍ତର ଉତ୍ତମ ଚରଣ ଜେନା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଭଞ୍ଜ ସାଂସ୍କୃତିକ ନ୍ୟାସର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ ସ୍ୱାଗତ ଭାଷଣ ଓ ସଭାପତି ଚନ୍ଦ୍ରଶେଖର ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମକୁ ବଞ୍ଚାଇ ରଖିଥିବା ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସକୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଡାକ୍ତର ଶ୍ରୀ ଜେନା ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଅନନ୍ୟ ଓ ଓଡ଼ିଆ ଭାବେ ଗର୍ବିତ ବୋଲି ମତ ରଖିଥିଲେ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶାର କଳା ଓ ସଂସ୍କୃତିରେ ଖ୍ୟାତି ଅର୍ଜନ କରିଥିବା ସୁନାମଧନ୍ୟ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ଡଃ. ବିଜୟ କୁମାର ଜେନାଙ୍କୁ ‘କୁମାର ଉତ୍ସବ ସମ୍ମାନ – ୨୦୨୪ରେ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ଫକୀରଚରଣ ପତିଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ଗୁରୁ ପୁଷ୍ପା ମିଶ୍ରଙ୍କ ନିର୍ଦ୍ଦେଶନାରେ ଶ୍ରୀ ଜଗନ୍ନାଥ କଳା ପରିଷଦ ଦ୍ୱାରା ‘କୁଆଁର ପୁନେଇ ଜହ୍ନ ଗୋ’ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ କରୁଣାକର ସେଠୀ, ହରପ୍ରିୟା ସ୍ୱାଇଁ ଓ ରାଉରକେଲାର ଭାସ୍କର ଚନ୍ଦ୍ର ପୁହାଣଙ୍କ ସହ କିଛି ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ଵାରା ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉତ୍ସବରେ ରାଉରକେଲାର ବହୁ ସଂଖ୍ୟାରେ ଜନସାଧାରଣ, ସଂସ୍କୃତିପ୍ରେମୀ ବନ୍ଧୁମାନଙ୍କୁ ସପରିବାରେ ଓ ସବାନ୍ଧବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜ୍ୟୋସ୍ନା ସାହୁ ସଂଯୋଜନା କରିଥିବା ବେଳେ ପରିଚାଳନାରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବିଜୟ କୁମାର ପାତ୍ର, ଡ. ସନାତନ ପ୍ରଧାନ, ମୁଖପାତ୍ର କୁଞ୍ଜବିହାରୀ ରାଉତ, ଟୁକୁଲା ପାଢ଼ୀ, ଅଶୋକ କୁମାର ବଳ, ଅଟମ ରଥ, ପ୍ରଦୀପ କୁମାର ପଟ୍ଟନାୟକ, ଜ୍ୟୋତି ରଞ୍ଜନ ମହାପାତ୍ର, ପଞ୍ଚାନନ ପାତ୍ର, ଡ. ବସନ୍ତ କୁମାର ଦାସ, ବାଉରୀବନ୍ଧୁ ସାହୁ, ଡ. ଜୟନ୍ତୀ କୁମାରୀ ପାଢ଼ୀ, ପର୍ଶୁରାମ ପଟ୍ଟନାୟକ, ପ୍ରଳୟ ଶତପଥୀ, ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.