ବଲାଙ୍ଗିରରେ ବିଶ୍ୱ ସେରେବ୍ରାଲ ପାଲ୍‌ସି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାସ୍ତ୍ରୀନଗର ସ୍ଥିତ ଭାରତ ସରକାରଙ୍କର ଦକ୍ଷତା ବିକାଶ ପୁନର୍ବାସ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନସ୍ଥ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର ବଲାଙ୍ଗିର ଠାରେ ବିଶ୍ୱ ସେରେବ୍ରାଲ ପାଲ୍‌ସି ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡଃ. ସୁରଜିତ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ସି.ଆର.ସିର ସହକାରୀ ପ୍ରଧ୍ୟାପକ ଜିତେନ୍ଦ୍ର କୁମାର ବାରିକ (ବାକ୍ ଏବଂ ଶ୍ରବଣ) ବିଭାଗ ଏବଂ ସହକାରୀ ପ୍ରଧ୍ୟାପିକା, ଲୁସିକା ନାୟକ (ସ୍ୱତନ୍ତ୍ର ଶିକ୍ଷା) ବିଭାଗ ମଞ୍ଚାସୀନ ଥିଲେ । ଏହି ଦିବସ ଉପଲକ୍ଷେ ମଞ୍ଚାସୀନ ଅତିଥି ମାନେ ସେରେବ୍ରାଲ ପାଲ୍ସିର କାରଣ, ଲକ୍ଷଣ ଏବଂ ଶୀଘ୍ର ହସ୍ତକ୍ଷେପ ବିଷୟରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ । ଏଥି ସହିତ ସି.ଆର.ସିର ଭୌତିକ ଚିକତ୍ସା ଏବଂ ବ୍ୟବସାୟିକ ଚିକତ୍ସା ବିଭାଗର ଅଧ୍ୟାପକମାନେ ସି.ଆର.ସିରେ ଉପଲବ୍ଧ ଥିବା ସେବା ବିଷୟରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶୀଘ୍ର ହସ୍ତକ୍ଷେପ କେନ୍ଦ୍ରର ବ୍ୟବସାୟିକ ଚିକିତ୍ସକ ରଂଜିତା ପଣ୍ଡା ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସି.ଆର.ସିର ସମସ୍ତ ବିଭାଗର କର୍ମକର୍ତ୍ତା ବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ ଏବଂ କୁମାରୀ ଶତାବ୍ଦୀ ବିଶ୍ଵଭାରତି ଜେନା ସାମନ୍ତ (ଫିଜିଓଥେରାପିଷ୍ଟ) ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିଭାବକମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.