ନୃସିଂହନାଥରେ ପର୍ଯ୍ୟଟନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ପ୍ରଶାସନ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସଫେଇ ଏବଂ ସଚେତନ କାର୍ଯ୍ୟକ୍ରମ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏମ୍‌ବିକେ, ସିଆର୍‌ପି, ଏସ୍‌ଏଚ୍‌ଜିମାନେ ଯୋଗ ଦେଇ ଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନର ସଂଯୋଜକ ବେଦବ୍ୟାସ ନଈ ବିପିଏମ୍‌ ଇନ୍ଦ୍ରମଣି କୁମ୍ଭାର ଏବଂ ଏସ୍‌ପାଇରାଇସନାଲ ବ୍ଲକ ପ୍ରୋଗ୍ରାମର ଉପସ୍ଥିତ ଥିଲେ । ସମସ୍ତ ପାଇକମାଲ ଏମ୍‌ବିକେ, ସିଆର୍‌ପି, ଏସ୍‌ଏଚ୍‌ଜି, ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ଓ ପାଇକମାଲରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.