ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ସଂସ୍କୃତ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗାଇସିଲେଟ, (କେପିଏନ୍‌ଏସ୍‌) : ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ସଂସ୍କୃତ ବିଭାଗ ପକ୍ଷରୁ ନବାଗତ ଯୁକ୍ତ ୩ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂସ୍କୃତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ନାରାୟଣ ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଯୋଗଦେଇ ବଶୁଧେବ କୁଟୁମ୍ବକମ୍‌ର ତାତ୍ପର୍ଯ୍ୟ ବୁଝାଇଥିଲେ । ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଦୀପ କୁମାର ପ୍ରଧାନ ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂସ୍କୃତ ଭାଷା ମହତ୍ତ୍ଵ ଓ ଗୁରୁ ଆଶୀର୍ବାଦର ଗୁରୁତ୍ଵ ବୁଝାଇଥିଲେ । ଅଧ୍ୟାପକ ବିଶ୍ଵନାଥ ବାଙ୍କ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସୋନାଲିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରାଧ୍ୟାପକ ଉମାକାନ୍ତ ସାହୁ, ଅଧ୍ୟାପକ ବାଚସ୍ପତି ପଧାନ, ଅରୁଣ ମୁନା, ସୁନିଲ ପାଣିଗ୍ରାହୀ, ଅଧ୍ୟାପିକା ରାକ୍ଷୀ ମେହେର, ପ୍ରତିଭା ଦାସ, ପୂର୍ଣ୍ଣିମା ହରପାଲ ଯୋଗ ଦେଇଥିଲେ । ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହିତ ଯୁକ୍ତ ୩ ଶେଷ ବର୍ଷ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ଵାରା ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!