oom

ଜୟପାଟଣାରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ସୁନ୍ନି ଜୁମ୍ମା ମସ୍‌ଜିଦ୍‌ ପରିସରରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ସୁନ୍ନି ସମ୍ପ୍ରଦାୟଙ୍କ ଦ୍ଵାରା ମହାସମାରୋହରେ ପାଳିତ ହୋଇଯାଇଛି । ଶତାଧିକ ସଂଖ୍ୟକ ମୁସଲମାନ୍‌ ଶ୍ରଦ୍ଧାଳୁ ବିଭିନ୍ନ ଅଂଚଳରୁ ଆସି ଜୟପାଟଣା ମହାବୀର ପଡା ସ୍ଥିତ ଜୁମା ମସ୍‌ଜିଦ୍‌ରେ ଏକତ୍ରିତ ହୋଇ ସାମୁହିକ ନମାଜ ପାଠ କରିବା ସହିତ କବର ସ୍ଥାନକୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ପାର୍ବଣ ଅବସରରେ ସମସ୍ତଙ୍କ ଘରେ ବିଭିନ୍ନ ମିଷ୍ଠାନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଭାଇଚାରାର ପ୍ରତୀକ ମଧ୍ୟରେ ଜଣେ ଅନ୍ୟ ଜଣକୁ ଆପ୍ୟାୟିତ କରିଥିଲେ । ଏହି ଅବସରରେ ସମସ୍ତ ସୁଖଶାନ୍ତି ଓ ନିରାମୟ ଜୀବନ କାମନା କରାଯାଇଥିଲା । ଶେଷରେ ଏକ ବିଶାଳ ରଙ୍ଗୀନ ପଟୁଆର ନଗର ପରିକ୍ରମା କରିଥିଲା । ଯୁସୁଫ ଖାଁ, ନିବାସ ଅଲ୍ଲୀ, ଜବାର ଖାଁ, ସଫି ମହମ୍ମଦ, ୟାର ଖାଁ, ହାଇଦର ଖାଁ, ଜାକିର ଅଲ୍ଲୀ, ତାହିର ଅଲ୍ଲୀ, ଅବଦୁଲ ଗନି, ଫାରୁଖ ମହମ୍ମଦ, ଫିରୋଜ ଖାଁ, ଫକିର ଖାଁ, ଅମନ ଖାଁ, ମହସିନ ଖାଁ, ଅସ୍ରଫ ଅଲ୍ଲୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.