ଗଞ୍ଜାମ ବ୍ଲକସ୍ତରୀୟ ସାନଗୋପାଳପୁରରେ ଗୁରୁ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାନଗୋପାଳପୁରର ବାବା ମଲିକେଶ୍ୱରଙ୍କ ପୀଠରେ ଥିବା କଲ୍ୟାଣ ମଣ୍ଡପରେ ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମ ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ଗୁରୁ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ପିଷ୍ଟା (ଏନ୍‌ପିସ) ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା, ବିଶିଷ୍ଟ ସମାଜସେବୀ ବଂଶୀଧର ଗୌଡ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ନାୟକ, ସନ୍ତୋଷପୁର ସରପଞ୍ଚ କବିତା ସାହୁ, ସମିତି ସଭ୍ୟ ଏସ୍ କବିତା ରେଡ୍ଡି, ସହିଦ ଭଗତ ସିଂ କଲେଜର ପୂର୍ବତନ ଅଧ୍ୟକ୍ଷ ଦଣ୍ଡପାଣି ମହାପାତ୍ର ଏବଂ ମୁଖ୍ୟ ବକ୍ତା ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ପବିତ୍ର ଗୁରୁ ଦିବସ-ଜୀବନ ଦର୍ଶନ ଏବଂ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ସାନଗୋପାଳପୁର ଗ୍ରାମବାସୀ ପକ୍ଷରୁ ପୂର୍ବାହ୍ନରେ ସମସ୍ତ ନିମନ୍ତ୍ରିତ ଅତିଥି, ଶିକ୍ଷକ ଓ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ସ୍ୱରୂପ ଉତ୍ତରୀୟ ପ୍ରଦାନ କରାଯାଇ ଖୋଳ କୀର୍ତ୍ତନ ମାଧ୍ୟମରେ ନଗର ପରିଭ୍ରମଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସନ୍ତୋଷପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଗୁରୁ ବନ୍ଦନା ଗାନ କରିଥିଲେ । ଶିକ୍ଷକ ବସନ୍ତ ସାସମଲ ଅତିଥି ପରିଚୟ ଓ ସୁଦର୍ଶନ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅବସରକାଳୀନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ ରୂପେ ଓଡ଼ିଶୀ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ଶିକ୍ଷକ ଶେଷଦେବ ବେହେରା ଓ ବସନ୍ତ ସାମଲ୍ ମିଳିତ ଭାବେ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ନେତା (ଏୟୁପିଟିଏଫ୍) ପ୍ରଶାନ୍ତ କୁମାର ବେହେରା, ଅଭିରାମ ନାୟକ, ଭବାନୀଶଙ୍କର ପଟ୍ଟନାୟକ, (ପିଏସ୍‌ଟିଏ) ଗଜେନ୍ଦ୍ର ମାଝୀ, ଲକ୍ଷ୍ମଣ ନାହାକ, ଜୟକୃଷ୍ଣ ତ୍ରିପାଠୀ, ପ୍ରଶାନ୍ତ କୁମାର ଚୌଧୁରୀ, ବିଜୟ କୁମାର ମହାନ୍ତି ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଗଣ୍ୟ ମାନ୍ୟବ୍ୟକ୍ତି ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ସର୍ବ ଶେଷରେ ସଂଘ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.