ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଦହମୁଣ୍ଡା ସ୍ଥିତ ଯୁକ୍ତ ୨ କଳା ବିଭାଗ ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ପବିତ୍ର ଗୁରୁ ଦିବସ ଉତ୍ସବ ପାଳନ କରାଯାଇଛି । ଏଥିରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ଶିକ୍ଷକ ଦେବବ୍ରତ ଦେ, ମୁଖ୍ୟବକ୍ତା ଭାବେ ସମାଜସେବୀ ଅଞ୍ଜନ କୁମାର ଦେ, ସମ୍ମାନିତ ଅତିଥିଭାବେ ଶିକ୍ଷକ ସଞ୍ଜୟ କୁମାର ମୁଦୁଲି, ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ, ଶିକ୍ଷାକେନ୍ଦ୍ରର ଅଧ୍ୟାପକ ପଣ୍ଡିତ ଗଜାନନ ମହାପାତ୍ର, ଜୟଦେବ ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ଓ ଭଲ ମଣିଷ ହେବାକୁ ହେଲେ କଠିନ ପରିଶ୍ରମ ସହ ଗୁରୁ ଓ ଗୁରୁଜନ ମାନଙ୍କୁ ଭକ୍ତି ଓ ସମ୍ମାନ ଦେଖାଇବା ନିହାତି ଜରୁରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଦ୍ୱିତୀୟ ବର୍ଷର ଛାତ୍ରୀ କ୍ରୀଷ୍ଣା ଦେ, ଅନନ୍ୟା ଦାସ, ସୁପ୍ରିୟା ଦାସ, କସ୍ତୁରୀ ମିଶ୍ର, ସାଗରିକା ଭୂୟାଁ, ମିଲି ସାହୁ, ମାନସୀ ଗିରି, ତୁଳସୀ ଗିରି, ସୋନାଲୀ ଜେନା, ଉର୍ମିଳା ଦେ, ଜସ୍ମିତା ପାତ୍ର, ସୁନୟନା ଦାସ, ଲକ୍ଷ୍ମୀପ୍ରିୟା ଦେ, ପୂର୍ଣ୍ଣିମା ଗିରି, ଅଙ୍କିତା ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ପ୍ରଥମ ବର୍ଷର ଛାତ୍ରୀ କାବେରୀ ସେଠୀ, ଆଦ୍ୟାସ୍ମିତା ପାଣିଗ୍ରାହୀ, ଝରଣା ରଣା, ପ୍ରତିମା ସିଂ, ପୂଜାରାଣୀ ପ୍ରଧାନ, ମମତା ସାହୁ, ସକୁନ୍ତଳା ସେଠୀ, ମଧୁସ୍ମିତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ଉତ୍ସବରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.