ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରଠାରେ ଶ୍ରୀକ୍ରିଷ୍ଣା ଜନ୍ମାଷ୍ଟମୀ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୋମବାର ଦିନ ସକାଳ ୯.୩୦ ମିନିଟ୍‌ ସମୟରେ ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିର ଠାରେ ମନ୍ଦିର ପରିଚାଳନା ଆନୁକୁଲ୍ୟରେ ମହାସମାରୋହରେ ଶ୍ରୀକ୍ରିଷ୍ଣା ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ପ୍ରଥମ କର୍ତ୍ତା ଭାବେ ତରୁଣ ପୋଢ଼ ସହ ଧର୍ମିନୀ ଶ୍ରୀମତୀ ତପସ୍ୱିନୀ ପୋଢ଼ ଦ୍ଵିତୀୟ କର୍ତ୍ତା ଭାବେ ଶଶାଙ୍କ ଶେଖର କବାଟ, ସହ ଧର୍ମିନି ଶ୍ରୀମତୀ ସରିତା କବାଟ, ପୂଜକ ସୁବାସ ଚନ୍ଦ୍ର ଶତପଥୀ, ଟିକୁ ଥନାପତି ପୂଜା ଅର୍ଚ୍ଚନା କରିଥିଲେ । ଉକ୍ତ ଉତ୍ସାବରେ ରାଧାକ୍ରିଷ୍ଣା ଓ ଶିବ ମନ୍ଦିର ମହିଳା ସଙ୍କୀର୍ତ୍ତନ ଦଳର ମହିଳା ଓ ଅଞ୍ଚଳର ମା’ ଭଉଣୀ ଓ ଭକ୍ତ ବୃନ୍ଦ ସହଯୋଗରେ ପୂଜୋନୋତ୍ସବ ପାଳିତ ହୋଇଥିଲା ।

Leave A Reply

Your email address will not be published.