କଣ୍ଟାବାଞ୍ଜି ଭୁଲିଆ ସମାଜ ଦ୍ୱାରା ମେହେର ଜୟନ୍ତି ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିସ୍ଥିତ ଭୁଲିଆ ସମାଜଦ୍ୱାରା ରବିବାର ଦିନ ସ୍ଥାନୀୟ ସରସ୍ୱତୀ ବିଦ୍ୟା ମନ୍ଦିର ସଭା ଗୃହରେ ଗଙ୍ଗାଧର ମେହେର ଜୟନ୍ତି ଧୁମଧାମରେ ପାଳିତ ହୋଇଛି । ଏହି ସଭାରେ ବିଧାୟକ ଲକ୍ଷ୍ମଣ ବାଗ (ମୂଖ୍ୟ ଅତିଥୀ) ସମ୍ମାନିତ ଅତିଥୀଭାବେ ବେଲପଡା ବିଡିଓ ଡକ୍ଟର ରାଜେଶ ମେହେର, କଣ୍ଡାବାଞ୍ଜି କେ.ଭି. ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଦେବେନ୍ଦ୍ର ମେହେର, ମୂଖ୍ୟବକ୍ତା ଭାବେ କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମଣ ମେହେର ମଂଚାଶୀନ ଥିଲେ । ଭୁଲିଆ ସମାଜ ସଭାପତି ଯୁବରାଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ତୈଳ ଚିତ୍ରରେ ପୂଜା ଅର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ସଭାପତି ଯୁବରାଜ ମେହେର ସମାଜର ଭବନ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନତି ଉପରେ ଆଲୋକପାତ କରିଥିଲେ । ସେହିପରି ବିଧାୟକ ଶ୍ରୀବାଗ ସମାଜର ଭବନ ନିର୍ମାଣ ସହ ଉନ୍ନତିକରଣ ପାଇଁ ବିଧାୟକ ପାଣ୍ଠିରୁ ଆବଶ୍ୟକ ଅନୁଦାନ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ସେହିପରି ସମ୍ମାନିତ ଅତିଥିଦ୍ୱୟ ଓଡିଆ ସାହିତ୍ୟରେ ଗଙ୍ଗାଧର ମେହେରଙ୍କ ଲେଖନୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଡକ୍ଟର ଲକ୍ଷ୍ମଣ ମେହେର ଗଙ୍ଗାଧରଙ୍କ ସଂଘର୍ଷମୟ ଜୀବନ ସହିତ ଭୁଲିଆ ସମାଜରେ ତାଙ୍କ ଅବଦାନ ଉପରେ ଆଲୋକପାତ କରିବା ସହିତ ତାଙ୍କ ରଚିତ ପୁସ୍ତକ ବିଶ୍ୱରେ କିପରି ଆଦୃତ ସେ ଉପରେ କହିଥିଲେ । ଭୁଲିଆ ସମାଜଦ୍ୱାରା ସମାଜର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରୀଛାତ୍ର ଏବଂ ସମାଜର ୨ ଜଣ ପ୍ରତିଭାବନ ବ୍ୟକ୍ତି ଦିବ୍ୟରଂଜନ ମେହେର ଓ ବେଲପଡା ବିଡିଓ ରାଜେଶ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପରେ ସମ୍ପାଦକ ସୁଧିର ମେହେର ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ । ଏହା ପରେ ଭୁଲିଆ ସମାଜର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥିତ ଜନସାଧାରଣ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.