କୁଟାସିଂହାରେ ରକ୍ଷାବନ୍ଧନ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଆଗଲପୁର ବ୍ଲକର କୁଟାସିଂହାଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଆନୁକୂଲ୍ୟରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‌ଶାଖାକାର୍ଯ୍ୟବାହ ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଘର ବଲାଙ୍ଗିର ବିଭାଗ ସହକାର୍ଯ୍ୟବାହି ଯୋଗୀନ୍ଦ୍ର ଦାଶ ଯୋଗଦେଇ ରକ୍ଷାବନ୍ଧନର ମହତ୍ତ୍ଵ ଓ ରାଷ୍ଟ୍ରରକ୍ଷାରେ ଏହାର ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଟୁଆପାଲି ମଣ୍ଡଳ ପ୍ରମୁଖ ସମୀର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ସ୍ଵୟଂସେବକ ପରସ୍ପର ହାତରେ ରାକ୍ଷୀ ବାନ୍ଧି ଦେଶର ଉନ୍ନତିରେ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଶାଖା ମୁଖ୍ୟ ଶିକ୍ଷକ ମାନସ ପ୍ରଧାନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Leave A Reply

Your email address will not be published.