ଇସ୍ପାତ ନଗରୀ ରାଉରକେଲାରେ ଆନନ୍ଦ ଉଲ୍ଲାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଭାରତବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଇସ୍ପାତ ନଗରୀ ରାଉରକେଲା ମଧ୍ୟ ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଥିଲା । ସହରର ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, ସାମାଜିକ ଅନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସହରର ବିଶିଷ୍ଟ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନରେ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ସହ ସେମାନଙ୍କ ବକ୍ତବ୍ୟରେ ପରଷ୍ପର ମଧ୍ୟରେ ଐକ୍ୟବଦ୍ଧତା, ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ, ଭାଇଚାରା, ଭାରତକୁ ବିଭେଦକାରୀ ଶକ୍ତିଙ୍କ ଠାରୁ ଦୂରେଇ ରଖିବା, ସମସ୍ତଙ୍କୁ ମୌଳିକ ଅଧିକାର ଯୋଗାଇ ଦେବା, ଆମର ଐତିହ୍ୟ ସମ୍ପର୍କରେ ଆଲୋଚନା କରି ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ସମସ୍ତ ସ୍ଥାନରେ ଜାତୀୟ ସଂଗୀତ ଗାନ କରାଯାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ମିଡ଼ିଆ କ୍ଲବ ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗଣମାଧ୍ୟମ ନିଜର ସାମାଜିକ ଦାୟିତ୍ୟକୁ ତୁଲାଇ ଏକ ସଶକ୍ତ ରାଷ୍ଟ୍ର ଗଠନ ପାଇଁ ପ୍ରତିବଦ୍ଧତା ରଖିବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ସଂଗୀତ ଗୁରୁ ଶରତଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜବିହାରୀ ରାଉତ, ଅକ୍ଷୟ ଧଳ, ଅମର ବର୍ମା, ସରୋଜ ବେହେରା, ସସ୍ମିତା ପ୍ରଧାନ, ଦିଲ୍ଲୀପ ଶର୍ମା, କୁନିଆ ବାରିକ, ବଙ୍କେଶ ସିଂ, ସୁନିଲ ପଟ୍ଟନାୟକ, ରାନୁ ମହାପାତ୍ର, ସୁବାସ ଗୁପ୍ତା, ପ୍ରମୋଦ ଜଗଦ୍ଦେବ, ଜଗନ୍ନାଥ ମାହାତୋ ପ୍ରମୁଖ ଉପସ୍ଥିତ ଥିଲେ । ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର କାର୍ଯ୍ୟାଳୟ ଠାରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ନିଜ ବକ୍ତବ୍ୟରେ ସାମ୍ବାଦିକଙ୍କ ଦାୟିତ୍ୱବୋଧ ଓ ସୁସ୍ଥ ସମାଜ ଗଠନରେ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୀନତି ଦେବତା, ସୁମନ୍ତ ଜେନା, ଗାନ୍ଦୁର ଓରାମ, ଶୈଳେନ୍ଦ୍ର ସାହୁ, ଶିବଶରଣ ମିଶ୍ର, ଅନୀଲ ମହାନ୍ତି, ଅମୀୟ ପରିଡା, ସନ୍ତୋଷ ସ୍ୱାଇଁ, ରଜନୀକାନ୍ତ ସ୍ୱାଇଁ, ରାଜଦୀପ ମହାନ୍ତି, ଅରୁଣ ଦାସ, ପ୍ରବାଳ ରଞ୍ଜନ ବାରିକ, ଦେବକୀ ମିଶ୍ର, ସଂଗ୍ରାମ ନାୟକ, ପ୍ରଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଗତି ଉତ୍କଳ ସଂଘ ପ୍ରଗତି ଉତ୍କଳ ସଂଘର କାର୍ଯ୍ୟାଳୟ ଠାରେ ଅନୁଷ୍ଠାନର ବରିଷ୍ଠ ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲିଟିଲ୍ ଏଞ୍ଜେଲ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷୟିତ୍ରୀ ତଥା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରାଧାମୋହନ ନାୟକ, ଅର୍ଜୁନ ଭୂୟାଁ, ଅରବିନ୍ଦ ପାତ୍ର, ଇନ୍ଦ୍ରମଣି ମହାପାତ୍ର, ଅଶୋକ ପଟ୍ଟନାୟକ, ରଶ୍ମି ସାହୁ, ପରିକ୍ଷିତ ଗୁରୁ, ଧରଣୀଧର ସାମଲ, ଅଜୟ କୁମାର ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧରେ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ବାର୍ଷିକ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବି ବିନିତା ମହନ୍ତଙ୍କ ସଂଯୋଜନାରେ ସହରର ୧୭ଜଣ କବି କବିତା ପାଠ କରିଥିଲେ । ବରିଷ୍ଠ ସଦସ୍ୟ ରାଧାମୋହନ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଇସ୍ପାତ ସାହିତ୍ୟ ସଂସଦ ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତ୍ରିଲୋଚନ ମଥାନ, ରଘୁବର ଧଳ, ମନୋଜ କୁମାର ନନ୍ଦ, ସତ୍ୟବ୍ରତ ଦାସ, ଗୌତମ ଦାସ, ଶିବପ୍ରସାଦ ବେହେରା, ରଙ୍କନିଧି ସେଠୀ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ମାନଙ୍କ ରଚିତ ଶିଶୁ ସାହିତ୍ୟ ‘ଆମ ଜୀବନ ଆମ କଥା’କୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ ଓ ଆଲୋଚନା କରାଯାଇଥିଲା । ଶେଷରେ ଗୌତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଖଣ୍ଡାୟତ କ୍ଷତ୍ରିୟ ମହାସଭା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଇସ୍ପାତନଗର କମିଟି ତରଫରୁ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଉପଦେଷ୍ଟା ସମାଜସେବୀ ହରିହର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସଭ୍ୟା ତଥା ସମାଜସେବୀ ନିହାରିକା ବସ୍ତିଆଙ୍କ ଦ୍ୱାରା ପ୍ରଦତ୍ତ ‘ୱଟରକ୍ରାଫ୍ଟ’ ଥଣ୍ଡାପାନୀୟ ମେସିନ୍‌କୁ ଶ୍ରୀ ରାଉତରାୟ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ଉପେନ୍ଦ୍ର କୁମାର ନାୟକ, ଉପଦେଷ୍ଟା ସୁରେନ୍ଦ୍ର ରାଉତ, ବାବାଜୀ ଚରଣ ସ୍ୱାଇଁ, ସ୍ୱପ୍ନାରାଣୀ ଭଞ୍ଜ, ସ୍ମୃତି ଲେଙ୍କା, ଗଙ୍ଗାଧର ନାୟକ, ତନୁ, କନକଲତା ଜେନା, ନାରାୟଣ ମହାଳିକ, ଉଗ୍ରସେନ ବିଶ୍ୱାଳ, ପ୍ରତିଭା ପ୍ରିୟଦର୍ଶିନୀ, ପ୍ରଭାତୀ ଧଳ, ନୀଳମଣି ଜେନା, କୁଞ୍ଜବିହାରୀ ରାଉତ, ନାରାୟଣ ଚନ୍ଦ୍ର ସାମଲ, ଅମୂଲ୍ୟ ଚରଣ ବରାଳ, ସୁବ୍ରତ ମଲ୍ଲିକ, ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାମକୃଷ୍ଣ ମେମୋରିଆଲ ଉଚ୍ଚ ବିଦ୍ୟାଳୟ, ଛେଣ୍ଡ ସ୍ଥିତ ରାମକୃଷ୍ଣ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷାବିତ୍‌ ରାଜକିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ମୁଦୁଲି, ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା ସମିତିର ସମସ୍ତ ସଭ୍ୟ ତଥା ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗଦେଇ ଥିଲେ । ଡିଏଭି ପବ୍ଲିକ ସ୍କୁଲ ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଲୋକନାଥ ପ୍ରଧାନଙ୍କ ସଭାପତିତ୍ୱ ଓ ବିଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟିର ପ୍ରଫେସର ସରୋଜ କୁମାର ପଟେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତର ସଭ୍ୟ ଏସ୍‌କେ ଯୋଶୀ, ଇଂ ଆର୍‌ଏନ୍ ମିଶ୍ର, ଡାକ୍ତର ସମୀର ପାତ୍ର, ବିଳାସିନୀ ଘଡେ଼ଇ, ମାନସୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପାକ୍ଷିକ ସମ୍ବାଦପତ୍ର ‘ପରଖ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ତରଫରୁ ଦେଶାତ୍ମବୋଧକ ସଙ୍ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ବହୁ ଅଭିଭାବକ ଯୋଗ ଦେଇଥିଲେ । ଏକତା କ୍ଲଷ୍ଟର ସେକ୍ଟର ୨୦ ମିଶ୍ର ଖଟାଲ ସ୍ଥିତ ଏକତା କ୍ଲଷ୍ଟରର ସଭାପତି ଲିଲିମା ଜୟସିଂହ ଓ ସମ୍ପାଦିକା ରୀତା ମହାପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଷାଧ୍ୟକ୍ଷା ପ୍ରମୋଦିନୀ ଦାସ, ସହ ସମ୍ପାଦକ ରୁକସନା ବେଗମ୍, ଜାନକୀ ଦେବୀ, ସୁକାନ୍ତି କୁମ୍ଭାର, ଗୀତା ଦେବୀ, ଜ୍ଞାନ୍ତି ଦେବୀ, ଗାୟତ୍ରୀ ସାମଲ, ପୁନମ, ତାହିରା ଖାତୁନ, ନିଗୋ ଦେବୀ, ଅନୁଦେବୀ, ଶିବ କୁମାରୀ, ଟୁନୀ, ସୁଶାମଣୀ ଜୟସିଂହ, ଅଳ୍ପନା ପାଲ, ସାବିତ୍ରୀ ନାଗ, ସରୀତା ଦେବୀ, ଚିନ୍ତା ଦେବୀ, ମାମଲା ପରିଡ଼ା, ସୁମନ, ସୁକାନ୍ତି ପାତ୍ର, ମୀରା ଦେବୀ, ମନିଷା, ଶୁଭଦ୍ରା, ସାବିତ୍ରୀ, ସୌକି ନାଗ, ବିପିନ ଦେବୀଙ୍କ ସହ ସମାଜସେବୀ ଅଶୋକ ଜୟସିଂହ, ଚିଣ୍ଟୁ ଚୌଧୁରୀ, ସହଦେବ ଜୟସିଂହ, ନେହେରୁ ୟୁଥ୍ କ୍ଲବର ସମ୍ପାଦକ ଗଣେଶ ଜୟସିଂହ ପ୍ରମୁଖ ଉପସ୍ଥିତ ଥିଲେ । ହକର୍ସ ଆସୋସିଏସନ୍ ସେକ୍ଟର ୨ ସ୍ଥିତ ହକର୍ସ ଆସୋସିଏସନ୍ ପକ୍ଷରୁ ସମ୍ପାଦକ ବିମାନ ମାଇତିଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମ୍ରେଡ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, କୁଞ୍ଜବିହାରୀ ରାଉତ, ମଳୟ ସାହୁ, ସଂଗ୍ରାମ ଭୂୟାଁ, ଆର୍ତ୍ତତ୍ରାଣ ମହାପାତ୍ର, ମୀନକେତନ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲା ବେଳେ ଅଶେଷ ବିଶ୍ୱାଳ, ନବୀନ ମାଝୀ, ରାଜକିଶୋର ପ୍ରଧାନ, ଶରତ ପଣ୍ଡା, ରାଜୁ ନାୟକ, ବ୍ରଜ ନାୟକ, କିଶୋରୀ ଜେନାଙ୍କ ସମେତ ଶତାଧିକ ହକର ଭାଇମାନେ ଉପସ୍ଥିତ ଥିଲେ । ସ୍ୱରାଗିଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀର ଦ୍ୱିତୀୟ ପ୍ରତିଷ୍ଠା ଦିବସ ସେକ୍ଟର ୨ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଗୁରୁ ପ୍ରଫୁଲ୍ଲ କୁମାର ମଙ୍ଗଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସ୍ୱାଧୀନତା ଦିବସ ଓ ଅନୁଷ୍ଠାନର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ତବଲା ବାଦକ ଗୁରୁ ଜଗନ୍ନାଥ ଦାଶ ଓ ଗୁରୁ ଦେବେନ୍ଦ୍ର ରଣା ଯୋଗ ଦେଇଥିଲେ । ଅନୁଷ୍ଠାନର ସମସ୍ତ ସଦସ୍ୟା ଦେଶାତ୍ମବୋଧକ ସଂଗୀତ ସହ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟା ସାଗରିକା ସାହାଣୀ, ମମତାଞ୍ଜଳୀ ଦାସ, ଦୀପ୍ତି ନାୟକ, ପୁଷ୍ପଲତା ବିଶ୍ୱାଳ, ରଶ୍ମିରାଣୀ ନାୟକ, ସୁନିତା ବିଶ୍ୱାଳ, ଉର୍ମିଳା ପରିଡା, ପ୍ରତିମା ବେହେରା, ପଦ୍ମାରାଣୀ ବେହୁରା, ବିଷ୍ଣୁପ୍ରିୟା ସାହୁ, ପ୍ରଣତୀ ମିଶ୍ର, ବାସନ୍ତୀ ସେଠୀ, ରଞ୍ଜିତା ସାହୁ, ରୂପା ଜ୍ୟୋତି, ସୋମା ଭଟ୍ଟାଚାର୍ଯ୍ୟ, ଜ୍ୟୋସ୍ନାରାଣୀ ମିଶ୍ର, ସ୍ୱର୍ଣ୍ଣଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମମତାଞ୍ଜଳୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କୋଏଲ ନଗର ସ୍ଥିତ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ ଅଭୟ କୁମାର ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ସୁସ୍ମିତା ପାତ୍ର, ମୀନା ପାତ୍ର, ପି ଅନିତା, ମଞ୍ଜୁଳା ଜ୍ୟୋତିଷୀ, ମାନସ ସାହୁ, ଦେବରାଜ ତନ୍ତୀ ଜାତୀୟ ସଂଗୀତ ଗାନ ପରେ ସଭାପତି ଇଂ ଦାସ ଓ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲଙ୍କ ଆବାହକତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏନ୍ଆଇଟିର ପ୍ରଫେସର ଡ. ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତର ପ୍ରଥମ ବୈଦିକ ଶିକ୍ଷା, ପରେ ମଧ୍ୟଯୁଗୀୟ ଶିକ୍ଷା ବ୍ୟବସ୍ଥା ଓ ସମ୍ପ୍ରତ୍ତି ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ସ୍ୱାଧୀନତା ସଂଗ୍ରାମର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ଏକ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ନୃତ୍ୟକଳା ଓ ଚିତ୍ରକଳା ଶିକ୍ଷା କେନ୍ଦ୍ରର ୨ ଜଣ ଗୁରୁ ତଥା ଅନୁଷ୍ଠାନର ସଦସ୍ୟ ଓଡିଶା କବାଡି ରତ୍ନରେ ସମ୍ମାନିତ ପ୍ରେମାନନ୍ଦ ଶତପଥୀଙ୍କୁ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନିରୁଦ୍ଧ ଦାସ, ତ୍ରିଲୋଚନ ମଥାନ, ସଚ୍ଚିଦାନନ୍ଦ ମିଶ୍ର, କୃଷ୍ଣଚନ୍ଦ୍ର ମହାନ୍ତି, କପିଳେଶ୍ୱର ମହାରଣା, ନାରାୟଣ ଚନ୍ଦ୍ର ସାମଲ, ଚାନ୍ଦମଣୀ ବେହୁରା, ବଲବୀର ସିଂ, ବିକ୍ରମ ପ୍ରଧାନ, ଅକ୍ଷୟ ନାୟକ, ଧରଣୀଧର ସାମଲ, ବସନ୍ତ ନାୟକ, ଶତ୍ରୁଘ୍ନ ଜେନା, ଭଗବାନ ଚନ୍ଦ୍ର ସାହୁ, ଗୌରିଶଙ୍କର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଶ୍ରଦ୍ଧା ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ରାଉଣ୍ଡ ଟେବୁଲ୍ ୧୯୪ର ଅଧ୍ୟକ୍ଷ ରୋହିତ ବଂଶଲ ଓ ଲେଡିଜ ସର୍କଲ ଇଣ୍ଡିଆର ୧୨୦ର ଅଧ୍ୟକ୍ଷା ରୁଚି ବଂଶଲ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୌରବ ବାଗାଡିଆ, ଗଗନଦୀପ ସାଲୁଜା, ଶ୍ୟାମାଶିଷ ଲେଙ୍କା, ନୀଲଭ ଅଗ୍ରୱାଲ, ରାହୁଲ ଅଗ୍ରୱାଲ, ରାଧିକା ଅଗ୍ରୱାଲ, ଜସଜିତ୍ ଆରୋରା, ଜସପ୍ରିତ ସାଲୁଜା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସର୍କଲ ଇଣ୍ଡିଆ ଓ ରାଉଣ୍ଡ ଟେବୁଲ୍ ତରଫରୁ ଶ୍ରଦ୍ଧାର ଛାତ୍ରଛାତ୍ରୀଙ୍କ ପାଇଁ ମିଷ୍ଟାନ୍ନ ଓ ଉପହାର ବଣ୍ଟନ କରାଯାଇଥିଲା । ଭବିଷ୍ୟତରେ ଅନୁଷ୍ଠାନକୁ ସାହାଯ୍ୟ ସହଯୋଗ ଜାରି ରହିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରଦ୍ଧାର ସ୍ୱତନ୍ତ୍ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାø୍ର୍ୟକ୍ରମ ପରିଚାଳନାରେ ଅଞ୍ଜଳି ମହାରଣା, ସୁଜାତା ରାଉତ, ପ୍ରିତୀ ବାରିକ, ରିନୁଲତା ମହାରଣା, ସୁକୁମାର ପାଣ୍ଡବ, ଅର୍ଚ୍ଚନା ମିଞ୍ଜ, ଇତିଶ୍ରୀ ଦାଶ, ଧୀରେନ ଓଝା, ସନ୍ତୋଷୀ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.