ଟିଟିଲାଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) ; ସାରା ଦେଶରେ ଆଜି ସ୍ଵାଧୀନତା ଦିବସ ପାଳନ କରାଯାଉ ଥିବା ବେଳେ ଟିଟିଲାଗଡ଼ ସହରର ହେଲୋ କିଡ୍ସ ସ୍କୁଲ, ଟିଟିଲାଗଡ଼ ବଣିକ ସଂଘ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ । ସେହିପରି ଟିଟିଲାଗଡ଼ ଲାୟନସ୍‌ କ୍ଲବ ତରଫରୁ ଲାୟନ୍ସ ଡେନ୍‌ ଠାରେ କ୍ଲବ ସଭାପତି ଗଙ୍ଗାଧର ଶର୍ମାଙ୍କ ଅଧ୍ୟକ୍ଷତାରେ ସେଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଟିଟିଲାଗଡ଼ କଂଗ୍ରେସ ଦଳର କାର୍ଯ୍ୟାଳୟ ଠାରେ କଂଗ୍ରେସ ନେତା ବିରେନ୍ଦ୍ର ବାଗଙ୍କ ସଭାପତିତ୍ୱରେ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ଭକ୍ତି ଗୀତର ତାଳେ ତାଳେ କଂଗ୍ରେସ କର୍ମୀମାନେ ଜାତୀୟ ପତାକା ଧରି ସହର ପରିକ୍ରମା କରିଥିଲେ । ଅନ୍ୟ ବିଦ୍ୟାଳୟ ଭିତରେ ସେଣ୍ଟ ଜାଭିୟର ସ୍କୁଲ, ପ୍ରଭାବତୀ ପବ୍ଲିକ ସ୍କୁଲରେ ମଧ୍ୟ ଏହି ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.