କୁଶଙ୍ଗ ଡିଗ୍ରୀ କଲେଜରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି । କଲେଜ ଅଧ୍ୟକ୍ଷ ବିଜୟ କୁମାର କଲେଟ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କ ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରିଥିଲେ । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁ ସ୍ୱାଧୀନତା ଦିବସ ଅବସରରେ ଉଦ୍‌ବୋଧନ ରଖିଥିଲେ । କଲେଜର କୃତି ଛାତ୍ରୀ ବର୍ଷାରାଣୀ ମେହେର, ଯୋଗେଶ୍ୱରୀ ଧରୁଆ, ଶ୍ରାବଣୀ ନାଏକ ଏବଂ ପୁନମ ନାଏକଙ୍କ ଦ୍ୱାରା ସୁନ୍ଦର ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । କଲେଜର ସମସ୍ତ କର୍ମଚାରୀ ତଥା ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ସଫଳ ପରିଚାଳନା ପାଇଁ ସହଯୋଗ କରିଥିଲେ ।

Leave A Reply

Your email address will not be published.