ଡୁଙ୍ଗୁରିପାଲି ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧୀରେନ୍ଦ୍ର କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ । ତାଙ୍କର ବକ୍ତବ୍ୟରେ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ କଥାମନେପକାଇ ଏହାକୁ ଅକ୍ଷୁର୍ଣ୍ଣ ରଖିବାକୁ ସେ ଆହ୍ଵାନ ଦେଇଥିଲେ । ପରେ ସହକାରୀ ଶିକ୍ଷକ ଯୋଗୀନ୍ଦ୍ର ଦାଶଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କଦ୍ଵାରା ଗ୍ରାମ ପରିକ୍ରମା କରାଯାଇଥିଲା । ବିଜୟ ପଥେ ଚାଲରେ ଗୀତଗାନ ସହ ସ୍ଲୋଗାନ ଦିଆଯାଇଥିଲା । ବିଦ୍ୟାଳୟ କ୍ୟାବିନେର ମୁଖ୍ୟ ସିଦ୍ଧେଶ୍ୱର ମହାଲିଙ୍ଗଙ୍କ ନେତୃତ୍ୱରେ ଘୋଷ ବାଦ୍ୟ ବାଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଶିଲ ସେଟ୍, ଦେବଦତ୍ତ ସାହୁ, କମିଟି ସଦସ୍ୟ ଦଧି ମହାକୁର, ରକ୍ଷାକାରୀ କର୍ଣ୍ଣ, ସହଦେବ ସୁନା, ବୁଇ ସୁନା ସହଯୋଗ କରିଥିଲେ ।

Leave A Reply

Your email address will not be published.