ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ଼ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣୀପାଲି ଠାରେ ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ଼ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ କରାଯାଇ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ୬୦ ଚଣ ଚାଷୀ ଓ ପୂର୍ବତନ ସୈନିକ ପ୍ରମୋଦ ବାବୁ, କମ୍ପାନୀର ମାର୍କେଟିଙ୍ଗ ଡେଭ୍‌ଲପ୍‌ଣ୍ଟ ମ୍ୟାନେଜର ନିର୍ମଲ କ୍ରିସ୍ନାନୀ, ମାର୍କେଟିଙ୍ଗ ମ୍ୟାନେଜର ସୁନୀଲ ପ୍ରସାଦ ସାହୁ, ଜେକେଏସ୍‌ ଶୁଗେନ୍ଦୁ କୁମାର ନନ୍ଦଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା । ଏହା ସହ ଏହି ଅବସରରେ ଧରିତ୍ରୀ ମାଁଙ୍କ ନାଁରେ ବୃକ୍ଷରୋପଣ ବି କରାଯାଇଥିଲା ।

Leave A Reply

Your email address will not be published.