ଜେନିଥ୍‌ ଲାୟନ୍ସ ଗୁରୁକୁଳ ଶିକ୍ଷାନୁଷ୍ଠାନ ପକ୍ଷରୁ ପବିତ୍ର ଶ୍ରାବଣ ସୋମବାରକୁ ନିଆରା ଢଙ୍ଗରେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜେନିଥ୍‌ ଲାୟନ୍ସ ଗୁରୁକୁଳର (ଜୁନିଅର୍ୱିଙ୍ଗ)ରେ ପବିତ୍ର ଶ୍ରାବଣ ସୋମବାର ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ କାଉଡ଼ିଆ ବେଶରେ ସଜ୍ଜିତ କରାଯାଇଥିଲା । ପରେ କୁନି କାଉଡ଼ିଆ ମାନଙ୍କୁ ପଦ୍ମପୁର ସହରସ୍ଥିତ ବଡ଼ବନ୍ଧ ନିକଟସ୍ଥ ରାମେଶ୍ୱର ଶିବ ଭଗବାନଙ୍କ ଦର୍ଶନ ସକାଶେ ନିଆଯାଇଥିଲା । ସେଠାରେ କୁନି କାଉଡ଼ିଆ ମାନେ ରାମେଶ୍ୱର ବାବାଙ୍କୁ ଜଳାଭିଷେକ କରିବା ସହିତ ଆଶୀର୍ବାଦ ଲାଭ କରିଥିଲେ । ମନ୍ଦିରରେ ଦର୍ଶନ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପବନ କୁମାର ଅଗ୍ରୱାଲ, ଜୁନିଅର୍ ୱିଙ୍ଗର କୋ- ଅର୍ଡିନେଟର ଶ୍ରୀମତୀ ଶୋଭନା ପଣ୍ଡାଙ୍କ ସହ ସମସ୍ତ ସହକର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.