oom

ଲୋଇସିଂହାରେ ଆଦିବାସୀ ଦିବସ ପାଳିତ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକ ଆଦିବାସୀ କଲ୍ୟାଣ ସଂଘର ମିଳିତ ଆନୁକୁଲ୍ୟରେ ଲୋଇସିଂହା ଠାରେ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ୍ ଭବନ ଠାରୁ ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ସଂଘ ପକ୍ଷରୁ ୧୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଲୋଇସିଂହା ବିଡ଼ିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ପରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ହସ୍ପିଟାଲର ଡ. ପ୍ରତିମା ସୋରେନ ଯୋଗଦେଇ ଉପସ୍ଥିତ ଆଦିବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ଆଗଲପୁର ବ୍ଲକ ସଭାପତି ବଳଦେବ ଭୋଇ, କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ, ବିନୋଦ ବିହାରୀ ମଲ୍ଲିକ, ବାଳକୃଷ୍ଣ ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ସତ୍ୟ ଦଳପତି ସଭା ସଂଯୋଜନା କରିଥିବା ବେଳେ ସମ୍ପାଦକ ଗୋପାଳ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମାଧବ ଭୋଇ, ରୁକ୍ମଣ ଧରୁଆ, ପବିତ୍ର ଧରୁଆ, ଗୋକୁଳାନନ୍ଦ ଭୋଇ, ଦେବରାଜ ଭୋଇ, ଲଳିତ ପୁଟା, ହୃଷିକେଶ ମଲ୍ଲିକ, ସୁରେଶ ଭୋଇ, ବିରେନ୍ଦ୍ର ପୁଟା, ରାଜେଶ ଭୋଇ, ଗୋବର୍ଦ୍ଧନ ଧରୁଆ, ଫକୀର ପଧାନ, ଗୋବିନ୍ଦ ଭୋଇ, ଗଣ୍ଡାରାମ ପଧାନ, ସ୍ଵତନ୍ତ୍ର କନ୍ଦା, ଗୁଣସାଗର ବରିହା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.