oom

ସିଂହିଯୁବା ହାଇସ୍କୁଲରେ ବନ ମହୋତ୍ସବ ପାଳିତ

jsmm

ବିନିକା, (କେପିଏନ୍‌ଏସ୍‌) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଗଛ ଆମର ଦେବତା, ଗଛ ଆମର ମାଁ, ଗଛ ଜନ ଓ ଜଙ୍ଗଳରେ ଜୀବନ ସଂଚାରଣ କରିଥାଏ ଓ ପରିବେଶକୁ ସବୁଜିମାରେ ଭାରି ରଖିଥାଏ ବୋଲି ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଚେତନ ସଭାରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଛନ୍ତି । ମୁଖ୍ୟଅତିଥି ରୂପେ ବିନିକା ତହସିଲଦାର ସୀତାରାମ ଭୋଇ, ସମ୍ମାନିତ ନିତ ଅତିଥି ଭାବେ ବିନିକା ରେଞ୍ଜର ଡମ୍ବରୁଧର ପଧାନ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ପ୍ରମୋଦ ପଣ୍ଡା, ଅନ୍ୟତମ ଅତିଥି ଭାବରେ ବିନିକା ଫରେଷ୍ଟର ଜନ୍ମଜୟ ମାଝୀ ଉକ୍ତ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । କାର୍ଯ୍ୟକ୍ରମକୁ ଅତିଥି ଶିକ୍ଷକ ପ୍ରେମରାଜ ପତି ସଂଯୋଜନା କରିଥିଲେ । ଜୁନିୟର୍‌ ରେଡ୍‌କ୍ରସ୍‌ର ସ୍ୱେଚ୍ଛାସେବୀ, ସ୍କାଉଟ୍‌ ଟ୍ରୁପ୍‌, ସ୍କୁଲ ପରିଚାଳନା କମିଟିର ପବିତ୍ର ଶର୍ମା, ମହିଳା ଏସ୍‌ଏଚ୍‌ଜି ମହିଳା, ଗ୍ରାମର ବନ ସୁରକ୍ଷା ସମିତି ସଦସ୍ୟ, ସଦସ୍ୟା, ସମସ୍ତ ଶିକ୍ଷକ ବୃନ୍ଦ ମିଳିତ ଭାବରେ ସ୍କୁଲ ପ୍ରାଙ୍ଗଣ ଓ ଖେଳ ପଡିଆରେ ବିଭିନ୍ନ ପ୍ରକାରର ଚାରାରୋପଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ପଞ୍ଚାନନ ପଣ୍ଡା, ମହାଣ।, କୁଞ୍ଜବିହାରୀ ପଣ୍ଡା, ସଦାନନ୍ଦ, ବିଜୟ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷକ ଶିବଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.